ଭୁଲ ଠିକଣା
ଭୁଲ ଠିକଣା
1 min
194
ଦୁନିଆ ଭିତରେ ଜଞ୍ଜାଳ ଗ୍ରାସିଛି
ଦେଖୁଛି ଖୁସିରେ ଭାବ ଅଗଣା l
ପହଂଚି ଗଲାଣି ଅବାଟ ପଥରେ
ପ୍ରେମିକ ଭୁଲିଲା ନିଜ ଠିକଣା l
ସୁନ୍ଦର ସୁନ୍ଦର ବୋଲି ଭାବୁଥିଲା
ବାଟରେ ପଡିଲା ଭେଜିରି କଣ୍ଟା l
ଯାହାକୁ ନିଜର କରିବାର ଥିଲା
ସେହୁ ପ୍ରେମିକାର ଭିଡିଲା ଅଣ୍ଟା l
ଛାଡ଼ ସେ କଥା ଧର ନାହିଁ ଅବାଟକୁ
ଧୋକା ଦେଇଗଲା ପ୍ରେମିକା ମୋର l
ଏଣୁ ମୁଁ ଭାବୁଛି ସଂସାର ଭିତରେ
ଠିକଣା ହୋଇଲା ମୋର ଅସାର l
