Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫାଲଗୁନି ରଣା

Others

5.0  

ଫାଲଗୁନି ରଣା

Others

ଭୁଲ ଠିକଣା

ଭୁଲ ଠିକଣା

1 min
362


ବନ୍ଧୁ ବନ୍ଧୁ ବୋଲି କେତେ ମୁଁ ଖୋଜିଲି

ବନ୍ଧୁକୁ ପାଇଲି ନାହିଁ । 

ଖୋଜିଲି କାତରେ ଦୁୁର୍ଗମ କାନ୍ତାରେ

ଵନ୍ଧୁ ଚାଲି ଗଲେ କାହିଁ ?

 

ସନ୍ତାପିତ ମନେ ଅଚଳ କାନନେ

ଵୁୁୁୁଲିଲି କେତେକ ବାଟ। 

ଚକ୍ଷୁ ହେଲା କଣା ବନ୍ଧୁୁ୍ଙ୍କ ଠିକଣା

ନ ପାଇଲି କଦାଚିତ ।। 


ନିିିିରାଶ ନ ହୋଇ ଭ୍ରମିଲି ଯେ ମୁହିଁ

ଆଶାପୁଷ୍ପ ପ୍ରସ୍ଫୁୁଟିିତେ । 

ସହସା ମୁଁ ଜାଣ ବନ୍ଧୁ ସନ୍ନିଧାନ

ପହଞ୍ଚି ଗଲି ତ୍ଵରିତେ ।।


ଦେଖିଲି ସେଠାରେ ବିସ୍ମିତ ମନରେ

ଆଶାପ୍ରଭା ହେଲା ନାଶ । 

ବନ୍ଧୁ ବୋଲି ମୁହିଁ ଭାବୁୁଥିିିିଲି ଯହିଁ

ସେ ମୋତେ କଲା ନିରାଶ ।।


ଠିକଣାଟି ଭୁଲ ବୋଲି ମୁଁ ବିକଳ

ମନେ ମଣିଲି ବିକ୍ଷୋଭ । 

ଅଯୋଗ୍ୟ ଜନକୁ ମିତ୍ର କିମ୍ପା କଲି

ଏ ତ ଅଟଇ ଅଶୋଭ ।। 


Rate this content
Log in