Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Others

4  

Sneha Mishra

Others

ଭୁଲ ଠିକଣା

ଭୁଲ ଠିକଣା

1 min
242


ଠିକଣା ଥିଲା  ମୋ ହାତେ

ଖୋଜି ବୁଲିଲି ମୁଁ କେତେ |

ବୁଲି ବୁଲି ମୁହିଁ ହାଲିଆ ହେଲିଣି

ପାଉନି ତ କାହିଁ ତତେ ||୧||


ହରିଦ୍ଵାର ଗଲି ମୁହିଁ

ଆଶାର ତରଣୀ ନେଇ |

ରିକ୍ତହସ୍ତେ ପୁଣି ଫେରିଲି ହେ ପ୍ରଭୁ

ବଦରୀନାଥକୁ ଯାଇ ||୨||


ଆତୁରେ ବୁଲିଲି ଏ ଧାମରୁ ସେଧାମ

ବୁଲିଲି ମୁଁ ଚତୁର୍ଧାମ |

ସାଗରକୁ ପରା ଛୁଇଁବାକୁ ସତେ

ସ୍ରୋତସ୍ଵିନୀ ନଦୀ ସମ ||୩||


ପ୍ରେମରସ ପାଇଁ ଚରାଚର ପ୍ରାଣୀ

ଅହରହ ଖୋଜୁଥାଇ |

ଅପୂର୍ଣ ରହେ ସେ ରାସଲୀଳାର ଅଭାବେ

ତୃଷ୍ଣା ତା’ର ମିଟେ ନାହିଁ ||୪||


କସ୍ତୁରୀର ଠିକଣା ତ

ଅଟେ ନିଜ ନାଭିକେନ୍ଦ୍ର |

ଭ୍ରମେ ମୃଗ ଖୋଜିବୁଲେ ବନେ

ସେଇ କସ୍ତୁରୀର ଗନ୍ଧ ||୫||


ଓଁ କାରକୁ ଖୋଜିବୁଲେ ସିଏ

ବିଭିନ୍ନ ନାଦରେ |

ବ୍ରହ୍ମନାଦ ରୂପେ ରହିଥାଏ ସେତ

ହୃଦୟ କନ୍ଦରେ ||୬||



Rate this content
Log in