STORYMIRROR

Pinku Ranbida

Others

2  

Pinku Ranbida

Others

ଭୁଲ ଠିକଣା

ଭୁଲ ଠିକଣା

1 min
122

ଦିନେ ଅଜାଣତରେ ମୋ ଫୋନ

ଭୁଲ ଠିକଣାରେ ଲାଗି ଯାଇଥିଲା

କ୍ଷମା କରିବେ କହିକି କାଟିଦେବା ପରେ

ସେହି ନମ୍ବରରେ ଫୋନ ଆସିଥିଲା ll


ଝିଅଟିଏ କୋଇଲି କଣ୍ଠରେ ପଚାରିଲା

କାହାକୁ ଫୋନ କରିଥିଲେ

କିଛି ନ କହି, କଣ ପାଇଁ କ୍ଷମା କରିବେ କହି

ଆପଣ ଫୋନଟା କାଟିଦେଲେ ll


ମୁଁ ତାଙ୍କୁ କିଛି ଉତ୍ତର ଦେଇ ପାରିଲିନାହିଁ

ଚୁପଚାପ ତାଙ୍କ କଥା ଶୁଣୁଥାଏ

ସେ ଝିଅର ପ୍ରତେକ ଶବ୍ଦ ତୀରପରି

ମୋ ହୃଦୟରେ ଆଘାତ ଦେଉଥାଏ ll


କିଛି ନ କହିକି ହଟାତ ଫୋନ କାଟିଦେଲି

ପୁଣି ବାରମ୍ବାର ଫୋନ ଆସୁଥାଏ

ସେମିତି କଥା ହଉ ହଉ ଦି ଜଣଙ୍କର

ଘନିଷ୍ଠ ବନ୍ଧୁତା ହୋଇଯାଏ ll


ବାର୍ତ୍ତାଳାପ ହଉ ହଉ ଭିଡ଼ିଓ କଲ ହେଲା

ଦୁହିଜଣ କଫି ପିଇବା ପାଇଁ କଫି ଦୋକାନ ଗଲୁ 

ଦୁହେଁ ଦୁହିଜଣକୁ ପାଖରେ ଦେଖି

ହାତରେ ହାତମିଶାଇ ବନ୍ଧୁ ସାଜିଲୁ ll


ଆମ ବନ୍ଧୁତା ସମ୍ପର୍କ ଧୀରେ ଧୀରେ 

ପ୍ରେମ ବନ୍ଧନର ବସା ବାନ୍ଧିଲା

ସେଇ ଅଜଣା ଫୋନ କଲ ଟା

ମୋ ଜୀବନେ ସାତ ରଙ୍ଗ ଭରିଦେଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍