ଭୁଲ କିସ ମୁଇଁ କଲି
ଭୁଲ କିସ ମୁଇଁ କଲି
ଚିକି ମିକି ଏଇ, ପ୍ରଜ୍ବଳିତ ଶିଖା,
ତୃପ୍ତି ମୟୀ ତ୍ୱରଣୀକା ।
ଭରି ଦେଇଥିଲା, ହୃଦେ ଜାଗରଣ,
ଦିବ୍ୟାନ ସନ୍ତାନ ଶିଖା ।।
ଦ୍ଵାଦଶ ବରଷ, ଶ୍ରାବଣ ଗଞ୍ଜଣା,
ବନ୍ଧ୍ୟା ନାରୀର କଟଣା ।
ସାହି ଭାଇ ବନ୍ଧୁ, ପ୍ରୀତି ସହୋଦର,
ନଥିଲା କାହା କରୁଣା ।।
ସର୍ବଂସୁହା ହୋଇ, ବନ୍ଧ୍ୟା ସ୍ଥାନେ ରହି,
ଜଳୁ ଥିଲା ମୋ ଜୀବନ ।
ଆଜି ପୁତ୍ର ଜନ୍ମି, ଭରି ଦେଲା କୋଳ,
ପୂର୍ଣ୍ଣ ହେଲା ମୋ ସପନ ।।
ସବୁ ଖୁଣ୍ଟଣାରୁ, ହେଲି ମୁଁହିଁ ମୁକ୍ତ,
କୋମଳ ଶିଶୁଟେ ପାଇ ।
ଶାଶୁ ଓ ଶଶୁର, ସ୍ୱାମୀ ଓ ଦେବର,
ସର୍ବେ ଥାନ୍ତି ପ୍ରିୟ ହୋଇ ।।
ମୋ ପୁତ୍ର ବଢ଼ିଲା, ପାଠବି ପଢିଲା,
ହେଲା ମୋ ସଂସ୍କାରି ପୁଅ ।
ଗୋଟେ ପୁଅ ବୋଲି, ଯାହା ଇଛା କଲା,
ଯୋଗାଇଲି ଚାହିଁ ମୁଁହ ।।
ଆଜି ଯୌବନରେ, ପାଦ ଦେଇ ପୁଅ,
ଭଲ ପାଏ ଲୁଚି ଲୁଚି ।
ଅପ କର୍ମ ତାର, ବଢି ଯାଉଥିଲା,
ଅଭିଯୋଗ ବଢ଼ୁଅଛି ।।
ଯେତେ ବୁଝାଇଲେ, ଶୁଣେ ନାହିଁ ଜମା,
ମଦ୍ୟ ପାନ କରେ ସଦା ।
ଲୁଚେଇ ଚୁରେଇ, ଗହଣା ବିକଇ,
ମାନେ ନାହିଁ ଦେଲେ ବାଧା ।।
ଅପକର୍ମ ତାର, ଦିନୁ ଦିନ ଆଜି,
ଧୀରେ ଧୀରେ ବଢି ଗଲା ।
କନ୍ୟା ରତ୍ନ କାର, ମୋ ଘରକୁ ଆଣି,
ବଳତ୍କାର କରୁଥିଲା ।।
ବାରଣ କରିଲି, ପାଦ ମୁଁ ଧରିଲି,
ଗୋଇଠା ବି ଖାଇ ଗଲି ।
ପୁତ୍ର ସୁଖ ମୋର, ଚୁଲିକୁ ଯେ ଗଲା,
ମସ୍ତକେ ଶୀଳ ଛେଚିଲି ।।
ବୋହି ଗଲା ରକ୍ତ, ପ୍ରାଣ ଚାଲି ଗଲା,
ପୁତ୍ର ସୁଖ ଗଲା ଚାଲି ।
କହିବେ ପାଠକେ, ନିଜେ ନାରୀ ହୋଇ,
ଭୁଲ କିସ ମୁଁହିଁ କଲି ।।
ଲେଖକ(ମହେଶ୍ୱର ସାହୁ)
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)
