Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

3  

baishnaba meher

Others

ଭୁଲ୍ କାହାର

ଭୁଲ୍ କାହାର

1 min
192



ମୁଁ ପଚାରେ ଭୁଲ୍ କାହାର ?

ତୁମେ ପଚାର ଭୁଲ୍ କାହାର ?

ମୁଁ ତୁମକୁ ଆକ୍ଷେପ କରେ,

ତୁମେ ମତେ ଆକ୍ଷେପ କର ।


ହେଲେ ଭୁଲ୍ କାହାର

ଉତ୍ତର ଖୋଜୁ ଖୋଜୁ ଲାଗେ

ଅକଷା ମାନସାଙ୍କ ଟିଏ ପରି,

ଏମିତି ଅଯଥା ଯୁକ୍ତି ତର୍କରେ,

ସମ୍ପୂର୍ଣ ଦିନଟି ଯାଏ ସରି ।


ହେଲେ ଭୁଲ୍ କାହାର

ଆମେ ସମାଧାନ କିଛି ନଖୋଜି,

ପରାକ୍ଷେପରେ ସମୟ ଦେଉ ବିତେଇ,

ତୁ-ତୁ ମେ-ମେ କରି କରି,

କଥାକୁ ଆହୁରି ଦେଉ ବଢ଼େଇ ।


ହେଲେ ଭୁଲ୍ କାହାର

ତୁମର ଭୁଲ୍ ନା ମୋର,

ଭୁଲ୍ ତ କରିଥିଲୁ ଦୁହେଁ,

କିନ୍ତୁ

ଆତ୍ମଗର୍ବରେ କିଏ ଭୁଲ୍ ମାନିବ,

ମୁଁ ମାନିବି ନା ତୁମେ ?




Rate this content
Log in