STORYMIRROR

Prafulla Chandra Mishra

Others

4.5  

Prafulla Chandra Mishra

Others

ଭତାଦିଆ ମାଲିକାନା

ଭତାଦିଆ ମାଲିକାନା

1 min
981


ସବୁ ଭତା ଏବେ ସମସ୍ତେ ପାଇବେ

ଖାଇବେ ରେ ଘିଅଭାତ

ରୁଣ ଦୈତ୍ୟ ବଢି ବିସ୍ତାରି ଦେଉଛି

ତା ଅତିକାୟ ହାତ ।।


କଳାକାର ଶିଳ୍ପୀ କୃଷକ ଶ୍ରମିକ

କୁଶଳୀ ବୁଣାକାର

ବେକାରି,ଅକର୍ମା,ଯୁବତୀ,ଯୁବକ

ଭତାଦେବେ ସରକାର ।।


ବୃଦ୍ଧ ବୃଦ୍ଧା ଭତା ଛାତ୍ର ଛାତ୍ରୀ ଭତା

ତଥାପି ଚୀର ଦୁର୍ଦ୍ଦିନ

ରାହୁ ଗ୍ରାସେ ଦେଶ ବିବର୍ଣ୍ଣ ମୁଦ୍ରାରେ

ଏକି ତାର ସମାଧାନ ।।


ବାକି ରହିଗଲା କବିଭତା କିଆଁ

ଆଦୈଁ। ନୁହେଁ ସୁସ୍ଥ ବାର୍ତ୍ତା

ଏକି ପାତର ଅନ୍ତର ମନୋଭାବ

ବଡ଼ ନାକରା ଏ କଥା ।।


ଆଳସ୍ୟ ଜାତି ରକ୍ତରେ ଭରି ଦିଏ

ଚାଷଜମି ହେଲା ପଡିଆ

ମଶାଣି ଭୁଇଁରେ ଘର ଆଉ କୁହ କାହିଁ

ପୋଖରୀ କି ଗାଡିଆ ।।



କବି ଲେଖକ ମୋ ସାଥି ସହୋଦର

କୋଡଇ ମାଡଇ ଗୋଦର

ତହୁଁ ବଳିଗଲା ଗୋଦରା ଗୋଡ଼ଟା

ବିଷମିଶା ବିଶ୍ଵାସ ର ।।


ନିରିମୂଳୀ ଲତା ସମ ପରାଂପୁଷ୍ଟ

ହେବାକୁ ଗଢୁଛ ଜାତି

ପରଅର୍ଣ୍ଣ ଭୋଗୀ ଅଭ୍ୟାସ କଲଣି

ବିଡମ୍ବନା (ଏହି) ଭତା ପ୍ରୀତି ।।


ଶିକ୍ଷା ସ୍ଵସ୍ଥ୍ୟ ଗୃହ ପରେ ଧ୍ୟାନଦିଅ

କର୍ମରେ ଦିଅ ଗୁରୁତ୍ଵ

ଶାସକ ଶାସନ କର ସମାଜକୁ

ଦେଇ କର୍ମର ଦାୟିତ୍ଵ ।।


ବିନାକର୍ମେ କିଆଁ ପଇସା ବାଣ୍ଟିବ

ପଇସା (କି) କାହା ବାପର

ଯାଗ ରେ ଲେଖକ କବି ବୁଦ୍ଧିଜୀବି

ଯାଗୁ ଜନ ଦରବାର ।।


କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା ।,









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍