STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଭରତ ପରି ଭାଈ ମିଳିବ କାହୁଁ

ଭରତ ପରି ଭାଈ ମିଳିବ କାହୁଁ

1 min
231

ଭାଇ ଠାରୁ ବଡ ନୁହନ୍ତି କେହିଟି 

ଶାସ୍ତ୍ରରେ ବର୍ଣ୍ଣିତ ଅଛି

ଭରତ ଭାଇ ମିଳିବ ନାହିଁଟି

ଜଗତେ ବିଦିତ ଅଛି।୧।

ରାଜ୍ୟ ପାଟ ଛାଡି ସନ୍ୟାସୀ ହୋଇଣ

ନନ୍ଦିଗ୍ରାମେ ବାସ କଲେ

ଭାଇଙ୍କ କଠଉ ନେଇ ଅତି ଯତ୍ନେ

ସିଂହାସନରେ ଥୋଇଲେ।୨।

ଭାଇଙ୍କ ବିରହେ କାତର ହୋଇଣ

ପ୍ରଜାଙ୍କ ପାଳନ କଲେ

ଅର୍ପୂବ ଭକ୍ତିକୁ ଅର୍ପୂବ ପ୍ରେମକୁ

ଜଗତକୁ ଶିକ୍ଷା ଦେଲେ।୩।

ଭାଇ ଭାଉଜଙ୍କ ରୂପକୁ ଧରିଣ 

ଭୂମି ପରେ ନିଦ୍ରା ଗଲେ               

ଅଗାଧ ପ୍ରେମକୁ ଅଗାଧ ଶ୍ରଦ୍ଧକୁ

ଭାଇ ପାଇଁ ସିଞ୍ଚି ଦେଲେ।୪।     

ଭାଇ ଭାଇ ପ୍ରତି ପ୍ରେମର ଡରକୁ

ଆଦର୍ଶ ବିଶ୍ବେ କରିଲେ     

ସମସ୍ତ ସୁଖକୁ ତିଳାଞ୍ଜଳି ଦେଇ

ସନ୍ୟାସୀ ରୂପ ଧରିଲେ।୫।  

ପବିତ୍ର ହୋଇଲା ଭ୍ରାତୃ ପ୍ରେମ ତାଙ୍କ              

ବିଶ୍ବ ଭି ତାହା ଜାଣିଲା

ଭାଇ ଭାଇ ପ୍ରତି ପବିତ୍ର ପ୍ରେମକୁ

ଜନତା ଶିକ୍ଷା ପାଇଲା।୬।     

ଭରତ ଭାଇର ନିସ୍ବାର୍ଥ ପ୍ରେମକୁ

ଭାଇ ଭାଇ ହିଁ ବୁଝିବେ     

ଅଗାଧ ସାଗର ପ୍ରେମର ସାଗର      

ଭାଇ ଭାଇ ହିଁ ପାଇବେ।୭।

ଭାଇ ଠାରୁ ବଡ ନୁହନ୍ତି କେହିଟି

ଶାସ୍ତ୍ରରେ ବର୍ଣ୍ଣିତ ଅଛି           

ଭରତ ଭାଇ ମିଳିବ ନାହିଁଟି 

ଜଗତେ ବିଦିତ ଅଛି।୮।             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍