STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଭ୍ରଷ୍ଟାଚାର ଧନ

ଭ୍ରଷ୍ଟାଚାର ଧନ

1 min
252


ଭ୍ରଷ୍ଟାଚାର ଧନେ ଘରକୁ ତୋଳିବା

ପଡିଯିବ ହିଁ ଟି ଏହା,

ପାପର ଧନର ମୂଲ୍ୟ ନାହିଁ କିଛି

ସାଗର ଲହରୀ ଏହା।୧।


ନିଃସ୍ୱାର୍ଥୀ ହୋଇଣ କର୍ମ କରୁ ଥାଏ

ସ୍ୱାର୍ଥ ନାହିଁ ଯାର ମନେ,

ଝାଳର ଟଙ୍କାରେ ଅଟ୍ଟାଳିକା ତଳେ

ଶକ୍ତିଶାଳୀ ହୁଏ ଦିନେ।୨।


ଯାହା କିଛି କରେ ସତ୍ୟଗାମୀ ହୋଇ

ନ ରଖେ ପାପରେ ମନ,

ଧର୍ମପରାୟଣ ହୋଇଣ ଭକ୍ତିରେ

ପ୍ରଭୁ ପଦେ ନିତ୍ୟେ ଧ୍ୟାନ।୩।


ପାପ ଅଟ୍ଟାଳିକା ବାଲୁ ଘର ପରି

ପାପରେ ବିନାଶ ହୁଏ,

ଧର୍ମ ଅଟ୍ଟାଳିକା ହୁଏ ଶକ୍ତିଶାଳୀ

ଚିରକାଳ ରହି ଥାଏ।୪।


ନିଃସ୍ୱାର୍ଥୀ କର୍ମୀକ ହୋଇଣ ଜଗତେ

ସତ୍ୟକର୍ମ କରୁ ଥାଅ,

ପାପ କର୍ମେ ମନ ନ ରଖେ ହିଁ କେଭେଁ

ଜନସେବା କରୁ ଥାଅ।୬।


ଅତି ଯତ୍ନେ ଘର ତୋଳିବା ହିଁ ଯେବେ

ଯାହା ପ୍ରଯୋଜନ ତହିଁ,

ପ୍ରଯୋଜନ ଯାହା ତହିଁରେ ନ ଦେଲେ

ମୂଲ୍ୟ ହିଁ ତାହାର ନାହିଁ।୭।


ବୈଜ୍ଞାନିକ ମତେ ଘରକୁ ତୋଳିଲେ

ଅତି ଶକ୍ତିଶାଳୀ ହେବ,

ନିଜ ମତେ ଯେବେ ଏହାକୁ ତୋଳିବା

ବାଲୁ ଘର ପରି ହେବ।୮।


ସୁସଜ୍ଜିତ କରି ଏହାକୁ ଗଢିଲେ

ଶକ୍ତିଶାଳୀର ପ୍ରମାଣ,

ମୂର୍ଖାମୀର ବଳେ ଏହାକୁ ତଳିଲେ

ବାଲୁ ଘର ପରି ଜାଣ।୯।।


ଭ୍ରଷ୍ଟାଚାରୀ ଧନେ ଘରକୁ ତଳିଲେ

ପଡ଼ିଯିବ ହିଁ ଟି ଏହା,

ପାପର ଧନର ମୂଲ୍ୟ ନାହିଁ କିଛି

ସାଗର ଲହରୀ ଏହା।୧୦।



Rate this content
Log in