Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Others

3  

Niranjan Mishra

Others

ଭୃଣ ହତ୍ୟା

ଭୃଣ ହତ୍ୟା

1 min
200


ଭୃଣ ହତ୍ୟା କଥା ଭାବିଲା ବେଳକୁ 

ଛାତି ହୁଏ ଥରହର ।

କେମିତି କେଜାଣି ଆଜିର ମଣିଷ 

କରୁଛି ଏ ବ୍ୟଭିଚାର ।୧।


ଗର୍ଭବତୀ ମାତା କେବେ କି ଚାହିଁବ 

ହତ୍ୟା କରିବାକୁ ଭୃଣ ।

ହେ ମାନବ ! ତୁମେ କିପାଇଁ କରୁଛ

ଅମଣିଷ ଆଚରଣ ।୨।


କନ୍ୟା ଜାତ ହେଲେ ଶାଶୁଘର ଯିବ

ଯଉତୁକ ନେଇ ଯିବ ।

ବାପର ଉପରେ ଚାପ ପଡିଯିବ 

ଯଉତୁକ କାହୁଁ ଦେବ ।୩।


ଏମିତି ଭାବନା ଆସିଲେ ମନରେ 

ଅବା ପୁଅଟି ପୋଷିବ ।

ଝିଅ ବଡ ହେଲେ ଯଉତୁକ ନେଇ 

ଶାଶୁଘର ନିଶ୍ଚେ ଯିବ ।୪।


ଅଲଟ୍ରାସାଉଣ୍ଡର ପ୍ରଚଳନ ଯୋଗୁଁ 

ଲିଙ୍ଗ ନିରୂପଣ କରି ।

କନ୍ୟା ଭୃଣ ଅଛି ମାତୃ ଗର୍ଭେ ଜାଣି 

ତାକୁ ଦେଉଛନ୍ତି ମାରି ।୫।


ସହର ଅପେକ୍ଷା ଗାଁ ଗହଳିରେ 

ବେଶୀ ହେଉଅଛି ଏହା ।

ଝିଅ ସଂଖ୍ୟା ତେଣୁ ଦିନୁଁ ଦିନ କମେ 

ସମସ୍ତେ ଜାଣନ୍ତି ଏହା ।୬।


ଆଇନ୍ ହୋଇଛି ଲିଙ୍ଗ ନିରୂପଣ

କରି ପାରିବେନି କେହି ।

ଆଇନ୍ ବାଟରେ ଆଇନ୍ ରହିଛି 

କେହି ଜଳା ବାଟ ଦେଇ ।୭।


ଆଖିଠାର ମାରି ଆଇନକୁ ସିନା

ଲିଙ୍ଗ ନିରୂପଣ କରି ।

ଲକ୍ଷ ଲକ୍ଷ ଲିଙ୍ଗ ନିରୂପଣେ କନ୍ୟା 

ଭୃଣକୁ ଦିଅନ୍ତି ମାରି । ୮।


ପତ୍ନୀଟିଏ ଲୋଡା ସବୁ ପୁରୁଷର 

ପ୍ରେମିକା କାହାର ଲୋଡା ।

ଝିଅଟିକୁ ତେବେ କହ କାହିଁପାଇଁ 

ଭାବୁ ଥାଆନ୍ତି ଅଲୋଡା ।୯।


କନ୍ୟା ଭୃଣ ହତ୍ୟା ସେ ମହାପାତକ

ଏକଥା ମନରେ ଧର ।

ହୀନମନ୍ୟତାକୁ ସରବେ ମନରୁ 

ସଦା କର ପରିହାର ।୧୦।


କନ୍ୟା ମାତୃଶକ୍ତି କନ୍ୟା ବିନା କେଉଁ 

ଜାତି କି କେବେ ତିଷ୍ଠିବ ।

ଭୃଣ ହତ୍ୟା ନିଶ୍ଚେ ମହା ଅପରାଧ 

ଏ କଥା ମନେ ରଖିବ ।୧୧।



Rate this content
Log in