STORYMIRROR

Lokanath Rath

Others

3  

Lokanath Rath

Others

ଭ୍ରମଣ

ଭ୍ରମଣ

1 min
331

ଭ୍ରମଣ .............

--------------------------------------------------------------------------------------------------------------------

କେତେ କେତେ ଜାଗା ବୁଲି ଭରେ ନାହିଁ ମନ  

ବାର ବାର ଚାହେଁ କରିବାକୁ ସିଏ ଦୁନିଆ ଭ୍ରମଣ |


କେବେ କର୍ମ ପାଇଁ ହେଉ ଅବା ବାଧ୍ୟ ବାଧକତାରେ  

ଭ୍ରମଣ କରିବାକୁ ହୁଏ ଭିନ୍ନ ଭିନ୍ନ ସ୍ଥାନ ଜୀବନରେ |


କିଛି କିଛି ଶିକ୍ଷା ଲାଭ ହୁଏ ଭ୍ରମଣ କରି  

ଭିନ୍ନ ଭିନ୍ନ ସଭ୍ୟତା ଆଉ ଦୃଶ୍ୟରେ ମନଯାଏ ଭରି |


ତଥାପି ଏହି ମନ ଚାହେଁ ସବୁ ସୁନ୍ଦରତା ଦେଖିବ  

ଭ୍ରମଣ କରି ପ୍ରକୃତିର ସୁନ୍ଦରତରେ ନିଜେ ହଜି ଯିବ |


କେବେ କେବେ ଏକା ଏକା ଭ୍ରମଣ କରିବା ବେଳେ  

ଭିନ୍ନ ଅଚିହ୍ନା ବ୍ୟକ୍ତି ପୁଣି ସାଥି ରୂପେ ମିଳେ |


କିଛି କଥାର ଆଦାନ ପ୍ରଦାନରୁ ଭାବ ବିନିମୟ ହୁଏ  

ଏହି ଭ୍ରମଣ ତେବେ ଏକ ନୂଆ ସାଥି ଦେଇଥାଏ |


ନୂତନ ସାଥିଟିଏ ପାଇ ସେହି ଏକାକୀ ଭ୍ରମଣ ସମୟରେ  

ଯାତ୍ରା କଟିଯାଏ କିଛି ମିଠା ମିଠା ବନ୍ଧୁତାର ଆଳାପରେ |


ସେହି ଆଳାପରୁ କିଛି ନୂଆ ତଥ୍ୟ ଜାଣିବାକୁ ମିଳେ  

ଯାହା ପୁଣି କିଛି ଜ୍ଞାନ ଦିଏ ଭ୍ରମଣର ବେଳେ |


ବେଳେ ବେଳେ ଭ୍ରମଣ ବି ଦେଇଥାଏ କିଛି ଆକସ୍ମିକ ଦୁଃଖ  

ହୃଦୟ ବିଚଳିତ ହୁଏ ଦେଖି ଅସହାୟ ମଣିଷଙ୍କ ମୁଖ |


ଲାଗେ ତେବେ ଏହି ଜୀବନଟା ବଡ଼ ନିର୍ଦ୍ଦୟ କଠୋର  

ରହିଯାଏ କିଛି ଦୁଃଖ କାହାଣୀ ହୋଇ ସେହି ଭ୍ରମଣର |


ଭ୍ରମଣ ବେଳେ ଯେବେ ପରିବାର ନିଜ ସଙ୍ଗେ ଥାଏ  

ବଡ଼ ଆନନ୍ଦ ଉଲ୍ଲାସରେ ସେହି ସମୟ ସବୁ ବିତିଯାଏ |


କିଛି କଥା କିଛି ଶିକ୍ଷା ସେହି ଭ୍ରମଣ ସମୟର  

ଅଭୁଲା ହୋଇ ଅଛି ଯେ ଏହି ମନରେ ସଦା ବାରମ୍ବାର |


କେବେ କେବେ କିଛି ଆମେ ଭୁଲୁ ଭ୍ରମଣ ସମୟରେ  

ସେଥିପାଇଁ ବିବ୍ରତ ହୋଇ ଖୋଜୁ ଆମେ ବହୁ ବାର |


ଭିନ୍ନ ଭିନ୍ନ ସ୍ଥାନର ଭ୍ରମଣ କାହାଣୀ ଅଟେ ସୁନ୍ଦର  

ବେଳେ ବେଳେ ସିଏ ବଦଳାଇ ଦିଏ ଶୈଳୀ ଜୀବନର |


କିଛି ଖଟା କିଛି ମିଠା କଥା ଭ୍ରମଣ ସମୟର  

ଜୀବନକୁ କରେ ସଦା ଅତି ସବୁଜ ସରଳ ସୁନ୍ଦର |



Rate this content
Log in