ଭୋଟ
ଭୋଟ
1 min
220
ପାଞ୍ଚ ବରଷରେ ଥରେ ପାଳିଥାଉଁ
ନିର୍ବାଚନ ମହା ପର୍ବ
ଭାରତ ଦେଶର ସନ୍ତାନ ବୋଲି
ମନରେ ଆସଇ ଗର୍ବ ।
ସଚେତନ ଆମେ ଜାଗ୍ରତ ଆମେ
ଭାରତର ନାଗରିକ
ଆଗଭର ହୋଇ ଭାବିଚିନ୍ତି କରି
ଦେଇଯିବା ଆସ ଭୋଟ ।
କାହାରି କଥାରେ ଭାସିଯିବା ନାହିଁ
କା କଥା ଶୁଣିବା ନାହିଁ
ପ୍ରଲୋଭନେ ପଡି ଲାଞ୍ଚ ଖାଇକରି
ଭୋଟ ବିକି ଦେବା ନାହିଁ ।
ଭୋଟ ଦାନ ପରା ଆମ ଅଧିକାର
କର୍ତ୍ତବ୍ୟ ଅଟେ ଆମର
ଆଙ୍ଗୁଠି କାଳିରେ ଲେଖା ଅଛି ଆମ
ଉତ୍ତମ ନାଗରିକ ପରିଚୟ ।
