Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

4  

jagabandhu sahu

Others

ଭୋକିଲା ପେଟ

ଭୋକିଲା ପେଟ

1 min
283


ମିଛମାୟାର ଏ' ସଂସାର ଭିତରେ

    ଦୁଃଖ ଭରା ଏ'ଜୀବନ

ନିଜର ବୋଲି ଯେ' ନାହାନ୍ତି କେ ଆମ

     ଜୀବନଟା ହୀନିମାନ

 

ବାପା ମାଆ ଦୁହେଁ ଛାଡି ଚାଲିଗଲେ

    ଆମକୁ ଏ ରାଜଦାଣ୍ତେ

ଖାଇବାକୁ ନାହିଁ   ପିନ୍ଧିବାକୁ ନାହିଁ

    ଚିରା କନା ମଧ୍ଯ ଖଣ୍ତେ


ପେଟ ଚାଖଣ୍ଡକ  ପାଇଁ ନିତି ବୁଲୁ

    ଏ ଦୁଆର ସେ ଦୁଆର 

ଭିକାରୁଣୀ ବୋଲି  ଏଇ ଦୁନିଆରେ

     ଅଟେ ପରିଚୟ ଆମର


ସାଙ୍ଗରେ ମୋହର  ଭାଇ ଭଉଣୀ

    ସାହା ସେ ଜଗତନାଥ

ତାଙ୍କୁ ସୁମରିଣ  ଏ ଜୀବନ କଟୁ

     ଅନାଥର ସିଏ ନାଥ


ଷାଠିଏ ପଉଠି   ଭୋଗରୁ ତୁମର

     ଦିଅ ମୁଠେ ପ୍ରଭୁ ଅର୍ଣ୍ଣ

ତୁମ ଶ୍ରୀମନ୍ଦିର ସିଂହଦୁଆରେ ବସି

     ଭଜୁଥିବୁ ତୁମ ନାମ

     ଜୟ ପ୍ରଭୁ ଦାରୁବ୍ରହ୍ମ



Rate this content
Log in