STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଭୋକ

ଭୋକ

1 min
344


ମୋତେ ଭୋକ ହେଉଥିଲା।


ଦେଖିଲି ଜଣେ ଧନୀ ଘର ବୋହୂଙ୍କୁ

ଯିଏ ମାଛ,ମାଂସ ଆଉ କ୍ଷୀର ଦେଉଥିଲା ତା ପୋଷା କୁକୁରକୁ।


ପାଖକୁ ଯାଇ ନିବେଦନ

ସେ କିନ୍ତୁ ଥୋଇଦେଲେ ଗାଲକୁ ଚାପୁଡା଼

ଯାହା ଭୋକର ସ୍ବାଦ ପାଇଗଲି ଯୁଗରୁ ଯୁଗକୁ।


ଏଠି ଅନ୍ନଦାନ ମହାପୂଣ୍ଯର ମହିମା

ରସାତଳେ ଚାପି ହୋଇଥାଏ

ଆମ ପରି ଗରିବ କିନ୍ତୁ ଭୋକର ଦାଉରେ

ନିତି ସଢି଼ ହିଁ ମରିବାକୁ 

ଈଶ୍ବର ବୋଧେ ଜନ୍ମ ଦେଇଥାଏ।


ଧିକ !

ମୋର ଜୀବନକୁ

ବଞ୍ଚି ଥାଉଁଥାଉଁ ଭୋକର ଦାଉରେ

ବଳି ପଡୁଛି ଏ ସଂସାର ହାଟରେ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍