STORYMIRROR

Sanuja Meghamala

Others

3  

Sanuja Meghamala

Others

ଭୋକ

ଭୋକ

1 min
210


ବଞ୍ଚିବା ପାଇଁ ଖାଦ୍ୟ

ଖାଦ୍ୟ ପାଇଁ ବଞ୍ଚିବା

ସେତିକି ପାଇଁ ଏ 

ଜୀବନର ଯୁଦ୍ଧ, ମହା ସଂଗ୍ରାମ  

ରାତିଦିନ ଧାଇଁଥାଏ ମଣିଷ

କେବଳ ପେଟ ଚାଖଣ୍ଡ ପାଇଁ ।

ଭୋକର ଜ୍ଵାଳା ଉତ୍କଟ

ବାରିହୁଏ ସେଠି ଭୟଙ୍କର 

ଦାରିଦ୍ର୍ୟର ନିର୍ମମ ପ୍ରହାର

ଭୋକରେ ଆଉଟା ପାଉଟା

ପେଟଟା ଖୋଜେ ମୁଠେ ଦାନା

ତା ଭୋକିଲା ପେଟ ପାଇଁ । 

ଭୋକିଲା ପେଟର କ୍ଷୁଧା

ଟାଣି ନିଏ କେତେବେଳେ

ଅଳିଆ ଗଦାର ବାସି ଫିଙ୍ଗା 

ଖାଦ୍ୟ ନିକଟକୁ

ତ କେବେ ବନେଇ ଦିଏ

ଅପରାଧୀଟେ ଅଜାଣତରେ ।

ଭୋକ ସମସ୍ତଙ୍କର ଅଛି

ମହଲା, ପ୍ରସାଦରେ

ବାସ କରୁଥିବା ଧନୀ ହେଉ

ଅବା କୁଡିଆରେ ଥିବା ଗରିବ

 ତଫାତ କିଏ ଅୟସରେ

ନିଜ ରୁଚି ଅନୁଯାୟୀ ଖାଇ

ଫିଙ୍ଗେ ବଳକା ଖାଦ୍ୟକୁ

ଅହଙ୍କାରରେ।

ଆଉ କେହି ସେହି 

ବଳକା ଖାଦ୍ୟକୁ ଗୋଟେଇ ଖାଇ

ନିବାରଣ କରି କ୍ଷୁଧାକୁ

ବଞ୍ଚାଏ ନିଜ ଜୀବନ ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍