STORYMIRROR

Ashis Kumar Swain

Others

3  

Ashis Kumar Swain

Others

ଭୋକ

ଭୋକ

1 min
404

କାହା ପାଇଁ ଏଠି ଖାଦ୍ୟର ଭଣ୍ଡାର କାହା ପାଇଁ ଖାଦ୍ୟ ନାହିଁ,

ଭୋକିଲା ଲୋକଟି ଖାଦ୍ୟ ପାଇଁ ପରା ଚାତକ ପରିକା ଚାହିଁ ।

ଏଠି କୁକୁର ଖାଏତ ମାଛ ମାଂସ ଘିଅ ଅନ୍ନ କ୍ଷୀର ଭାତ,

ରାସ୍ତା କଡେ ଜୀର୍ଣ୍ଣ ଶୀର୍ଣ୍ଣ ମଣିଷଟି ଖାଦ୍ୟ ପାଇଁ ଖାଏ ନାତ ।

ପେଟେ ଖାଇଥିଲେ ଯଚା ପଡ଼େ ଏଠି ନାନରକମର ଖାଦ୍ୟ,

ଖାଦ୍ୟ ବିନା ଏଠି ଉପାସ ପଡ଼ିଲେ କେହି ନ କରନ୍ତି ବାଧ୍ୟ ।

ଭୋକ ବିକଳରେ କାନ୍ଦି କାନ୍ଦି ପରା ପେଟ ପ୍ରାୟ ଜୀର୍ଣ୍ଣ ଶୀର୍ଣ୍ଣ ,

ଯାହାକୁ ମାଗିଲେ କେହି ନ ଦିଅନ୍ତି ଦରମରା ତା ଜୀବନ ।

ସତେ ଅବା ଖାଦ୍ୟ ଅଭିଶପ୍ତ ପ୍ରାୟ ଭୋକିଲା ଜୀବନ ପାଇଁ ,

ପବନ ଆହାର ଜଳ ଅଟେ ପାନ୍ୟ ଦେଇଛନ୍ତି ପରା ସାଇଁ ।


Rate this content
Log in