Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Others

3  

Jashobant Pattanayak

Others

ଭୋକ

ଭୋକ

1 min
167



ମୋ' ମନତଳେ ଉଭା...

ଅସୁମାରୀ ଆଶାର ନଭଶ୍ଚୁମ୍ବୀ ଅଟ୍ଟାଳିକା-

ଅସୀମିତ ଇଚ୍ଛାର ଉଚ୍ଚାଉଚ୍ଚା ବିରାଟ ଖମ୍ବସବୁ ;

ଲୋଭ,ମୋହ ଆଉ ମାୟାର ଝରକା ଫାଙ୍କେ

ସଂପର୍କଟା ଉଙ୍କିମାରେ-

ଦେଖିବାକୁ ଆତ୍ମଦାହ ଅନ୍ତିମସତ୍କାର ।।


ମୋ' ଦେହତଳେ ନିଆଁ....

ଉର୍ଦ୍ଧ୍ୱମୁଖା ହୁଏ ହୁତହୁତ ଲେଲିହାନ ଶୀଖା-

ଜାଳିବାକୁ କଅଁଳିଆ ମେଞ୍ଚାମେଞ୍ଚା ମାଂସ ସବୁ ;

କିଟିମିଟି ଅନ୍ଧାରଗଳି ଫାଙ୍କେ

ନିଃଶ୍ବାସଟା ଦବେଇଦିଏ-

ନରରୂପୀ ରାକ୍ଷସର ବିକଟ ଫୁତ୍କାର ।।


ମୋ' ପଥଧାରେ ଠିଆ....

ଅଗଣିତ ହାତ ଟେକା କଙ୍କାଳର ପ୍ରତିମୂର୍ତ୍ତି-

ପୀତଲୋହିତ ନିଃଷ୍ପ୍ରଭ ଭିଜାଭିଜା ଆଖିସବୁ ;

ପିଙ୍ଗଳବର୍ଣ୍ଣର ଉଲୁରାକେଶ ଫାଙ୍କେ

ପବନଟା ଉଡେଇନିଏ -

ହା' ଅନ୍ନ ହା' ଅନ୍ନର ଆର୍ତ୍ତଚିତ୍କାର ।।


କେବେ ସ୍ୱପ୍ନରେ...

କେବେ ବାସ୍ତବତାରେ...

କେବେ ମନରେ ତ' କେବେ ଦେହରେ...

ଆଉ କେବେ ପେଟର ଦାଉରେ-

ଭରିଦିଏ ଜହରର ଭିକ ;

ମୁଁ..." ଭୋକ " ।।


     


Rate this content
Log in