STORYMIRROR

Gadadhar Sahoo

Others

3  

Gadadhar Sahoo

Others

ଭୋକ

ଭୋକ

1 min
318

ଭୂଗୋଳରେ

ଏବେ ଯୋଡା ହୋଇଛି

ଭୋକର ଫର୍ଦ


ମାନଚିତ୍ର ଦେଖି ଜାଣିହେବ

କେଉଁ ଜାଗାରେ ପେଟ ଜ୍ଵାଳା ପାଇଁ

ଖାନ୍ତି ଆମ୍ବ କୋଇଲି


କେଉଁଠି ବିକନ୍ତି

କଅଁଳ ନିଷ୍ପାପ ଶିଶୁ


କେଉଁଠି ଚାଲିଥାଏ

ଦେହ ଦହନ


କେଉଁଠି ଦାଦନ ଯାଇ

କଟିଯାଏ ହାତ ଗୋଡ


କେଉଁଠି ମଣିଷ

କୁକୁର ବିଲେଇ ଖାଆନ୍ତି

ଗୋଟେ ଜାଗାରେ


ଏ ତ ସବୁ

ଗୋଟେ ଗୋଟେ ଅଧ୍ୟାୟ

ସେବେ ଆମେ ପଢିଥିଲୁ

ଏବେ ଆମ ପିଲା ପଢୁଛନ୍ତି


କେବେ ବଦଳିବ

କିଏ କହିବ

ଏ ଭୌଗୋଳିକ ସ୍ଥିତି

ଏମିତି ରହିଲେ ଠିକ

ନା ବଦଳିଲେ ଭୁଲ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍