ଭୋକ
ଭୋକ
1 min
398
ଭାବୁଛି
ନିରବୀ ଯିବି !
ସବୁଦିନ ପାଇଁ ନ ହେଲେ ବି
ଅଳ୍ପ ସମୟ ,କେତେଟା ଦିନ
ହେଇପାରେ କେତେ ମାସ,କିଛି ବର୍ଷ
ଯେତେଦିନ ଯାଏଁ
ମେଣ୍ଟି ନାହିଁ କ୍ଷମତା ଲିପ୍ସୁ ଙ୍କ ଶୋଷ
ଖ୍ୟାତି ଅର୍ଜନର ଭୋକ ||
ମୋ ଜୀବନର ପୁଞ୍ଜି ତ
ଓଠେ ଝଲସୁଥିବା
ମୋ ଚେନାଏ ହସ ଆଉ
ଆଖିର ତାଜା ସ୍ବପ୍ନ
ସମାଜ ବିବର୍ତ୍ତନର
କିଏ ସେ କଥା ବୁଝୁ କି ନ ବୁଝୁ
ସ୍ବପ୍ନ ଦେଖି ସାକାର କରିବା ତ
ମୋ ପ୍ରକୃତି ||
ଚାରିଆଡେ ଦେଖୁଛି କୁଢ କୁଢ ମଇଳା
ସେ ଭିତରୁ ସାଉଁଟି ଚାଲିଛି
ଫଗୁଣର ରଙ୍ଗ ଛିଟା
ଯେଉଁଥିରେ ଗଢିବି ଇନ୍ଦ୍ରଧନୁ
ତା ଉପରେ ଆଶାର ଆଲୋକ ପଡି
ଶିଖାଇ ଦେବ ମତେ
ଏ ଯୁଗର ନୈରାଶ୍ୟ ଅନ୍ଧାରୁ
ମୁକୁୁଳି ଯିବାର ସେ ନିଆରା ମନ୍ତ୍ର ||
ତ୍ରିନାଥ ବେହେରା ,ବଡକୋଦଣ୍ଡା