STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ଭୋକ

ଭୋକ

1 min
255

ଏଥୋପିଆର କ୍ରନ୍ଦନ

ସୋମାଲିଆର ଦୁଃଭିକ୍ଷ

କଙ୍କାଳସାର ମଣିଷ ର ଯୁଦ୍ଧ

ମୁଠେ ଦାନା ଆଉ ଆଞ୍ଜୁଳାଏ ପାଣି ପାଇଁ

ଭୋକ ଆଗେ ଶାନ୍ତି ଆଉ ସଂହତି ହୁଏ ପରାହତ

ସୂର୍ଯ୍ୟ ଉଁୟେ ଆଉ ଅସ୍ତ ଯାଏ

ଦିନ ଗାଢ଼ ଆଉ ରାତି ପତଳା ହୁଏ

ଝିଙ୍କାରି ର ଝୀ ଝୀ ଶବ୍ଦ ବି

ବମ ଫୁଟିବାର ଭ୍ରମ ସୃଷ୍ଟି ହେଉଥାଏ

ଭୋକ ଆଗେ ବୟସ କେବଳ ସଂଖ୍ୟା ମାତ୍ର

ପେଜୁଆ ଆଖି ର ସ୍ଥିର ଡୋଳା

ସତେ ଉଦ୍ଗାରୁଚି କ୍ଷୁଧା ର ପରିଭାଷା

ବଂଚିବା ଯଦି ଏକ ସଂଗ୍ରାମ ହୁଏ

ଭୋକ ର ଭାଷା କୁ ଶବ୍ଦ ରେ ସଜେଇ ହୁଏନା

ଅଵ୍ୟକ୍ତ ସେ ଭାବ

ଭୋକ ଏକ ଅନୁଭବ

ଶରୀରରୁ ଅଶରୀର ଯାଏ

ପିଣ୍ଡରେ ପ୍ରାଣ ଥିବା ଯାଏ

କେବଳ ଏକ ଅଦେଖା ଅବୁଝା ଉଚ୍ଚାରଣ



Rate this content
Log in