STORYMIRROR

Dhiren Bag

Others

4  

Dhiren Bag

Others

ଭୋକ

ଭୋକ

1 min
153


ବଞ୍ଚିବା ନିଶାର ଏଠି

ଅହରହ ଯୁଦ୍ଧ ଚାଲେ

ପୁଣି ବଢେ ପ୍ରତିଯୋଗିତା

ଆଗକୁ ଯିବାର ।


ଠାଆଁ କୁ ଠାଆଁ କୁ

ଏଠି କିନ୍ତୁ ଆଁକି ବସି ଥାଏ

ପେଟର ଭୋକ

ବୁଝେନା ପ୍ରତିଯୋଗୀତା

କି ଆଗକୁ ଯିବା ।


ଅଗ୍ନି ପରି ଭୁଞ୍ଜି

ସବୁକୁ ଦହନ କରିବା ପାଇଁ

ବାରମ୍ବାର କରାଏ କେତେ ନାଟ 

ସାତରୁ ସତୁରୀ ସଭିଏଁ ନାଚନ୍ତି ।


କେବେ କେବେ ଏ ଭୋକ

ବୁଝେନା କିଛି 

ଧର୍ମ କି ଅଧର୍ମ ବିଚାର

ଖାଲି ଭୁଞ୍ଜିବାକୁ ହାତ ପାତେ ।


କି ଜ୍ବଳନ ଏ

ବାଛେନା କଂଚା କି ପାଚିଲା

ଅଗ୍ନି ସମ ଡାହିଯାଏ

ମୁଠେ ଅନ୍ନ ପାଇଲେ ।


ସବୁତ ଏହାରି ନାଟ

ବଞ୍ଚିବାର ଏକ ରାହା

ଯାହା ବୁଝିକି ଜମା ବୁଝେନା

ଏ ସର୍ବଗିଳା ଭୋକ ।




ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Dhiren Bag

ସଂପର୍କ

ସଂପର୍କ

1 min വായിക്കുക

ଛଳନାମୟୀ

ଛଳନାମୟୀ

1 min വായിക്കുക

ପ୍ରେମ

ପ୍ରେମ

1 min വായിക്കുക

ଜୀବନ

ଜୀବନ

1 min വായിക്കുക

ସଂପର୍କ

ସଂପର୍କ

1 min വായിക്കുക

ସର୍ବଂସହା

ସର୍ବଂସହା

1 min വായിക്കുക

ସ୍ତ୍ରୀ

ସ୍ତ୍ରୀ

1 min വായിക്കുക

ପ୍ରେମିକା

ପ୍ରେମିକା

1 min വായിക്കുക