ଭଣ୍ଡାର ଘରଣୀ
ଭଣ୍ଡାର ଘରଣୀ
1 min
483
କିଏ କହେ ତତେ ଧାରିଣୀ ଦେବତି,
କିଏ କହେ ମୁଣ୍ଡା ଦେବୀ,,
କିଏ କହେ ତତେ ନଡ଼ିଆ ଦେବି'ମା,,
କିଏ କହେ ଛେଳି ଦେବି,,,,, ll
କିଏ ମାଗେ ମା ପୁତ୍ର ସନ୍ତାନ,
କିଏ ମାଗେ ବର,ବଧୂ,,,,
କିଏ ମାଗେ ମା ଅମୂଲ୍ୟ ରତନ,
କିଏ ମାଗେ ରାଜ୍ୟ ଦେବୁ,,,,,ll
କିଏ ପୂଜା କରେ , ଭଣ୍ଡାର ଘରିଣି,
କିଏ ପୁଜେ କାତ୍ୟାୟନି,,,,,
ନବରଙ୍ଗପୁରେ ଭଣ୍ଡାରଘରଣୀ,,
ଜଗତର ଠାକୁରାଣି,,,,,,ll
ଯାହା ମାଗିଲେ ତୁ ଦେଉଥାଉ ମା,
ଭକତରମନ ଜାଣି,,,,
ଡ଼ଙ୍ଗାରଭେଜାର ଲିଟିଲିଟିଆଣି,
ଜଗତର ଠାକୁରାଣି,,,,,,ll
