STORYMIRROR

K. Nirmal

Others

3  

K. Nirmal

Others

ଭଙ୍ଗା ସିଲଟ

ଭଙ୍ଗା ସିଲଟ

1 min
14.5K


●●●●●●●●●●●●●●●●

● ଭଙ୍ଗା ସିଲଟ ●

●●●●●●●●●●●●●●●●


ମୋନେପଡ଼େ ସେହି ଭଙ୍ଗା ସିଲଟରେ

ଲେଖିଥିଲି ତୁମ ନାଆଁ,

ପ୍ରଥମ ଅକ୍ଷର ପ୍ରଭୁ ଜଗନ୍ନାଥ

ପୂଣ୍ୟ ଧାମ ପୁରୀ ଗାଆଁ ।


ବସିଥିଲି ଦିନେ ରୁଷା ଭରି ମନେ

ଗୁରୁ ଦେଇଥିଲେ ଗାଳି,

ବଢ଼େଇଲେ ହାତ ପ୍ରଭୁ ଜଗନ୍ନାଥ

କଲି ଯେବେ ପାଖେ ଅଳି ।


ଖାଇବାକୁ ଘରେ ନାହିଁ ବୋଲି ଦିନେ

କରିଥିଲି ମୁଁ ଗୁହାରୀ,

ମନ୍ଦିର ବେଢାରେ ଶୋଇଗଲି କେବେ

ବସି ମୁଁ ହାଲିଆ ମାରି..।


ସପନରେ ଆସି ପ୍ରଭୁ ମୋ ପାଖରେ

ବସି ଟିକେ ହସିଦେଲେ,

ଭାଙ୍ଗିପଡ଼ ନାହିଁ ଧନ ମୋର କହି

ମଥା ମୋ ଆଉଁସି ଦେଲେ ।


ସେହିଦିନ ଠାରୁ ସବୁ ଦୁଃଖ ଭୁଲି

ନିୟମିତ ପାଠ ପଢ଼ି,

ପ୍ରଭୁଙ୍କ କୃପାରୁ କୃତି ଛାତ୍ର ହେଇ

ଜୀବନ ମୋ ଦେଲି ଗଢି ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର ( ଜଗନ୍ନାଥି)


Rate this content
Log in