Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

1.0  

Ansuman Swain

Others

ଭଲପାଇ ମୁଁ ଯେ ବିବାହ କରିଲି

ଭଲପାଇ ମୁଁ ଯେ ବିବାହ କରିଲି

1 min
156


ଭଲ ପାଇ ମୁଁ ଯେ ବିବାହ କରିଲି

       ଶାନ୍ତିରେ ପାରୁନି ଶୋଇ

ସୁଖ ବଦଳରେ ଦୁଃଖ ମୁଁ ପାଉଛି

        ପତ୍ନୀକୁ ରହୁଛି ଚାହିଁ ।

ପାଇଥିଲି ଭଲ ମିଳିଗଲା ଫଳ

       ଲୁଚି ,ଲୁଚି ମୁଁ କାନ୍ଦୁଛି

କାହା ଆଗେ କହିବି ମନର ବ୍ୟଥା

        କହିଲେ ଲାଜ ଲାଗୁଛି ।

ମୋବାଇଲ୍ ଧରି  ଚାଟିଙ୍ଗି କରୁଛି

        ରାତିରେ ଜମା ଶୋଉନି

ଓଷା ବ୍ରତ ସବୁ   ଭୁଲିସେ ଗଲାଣି

       କହିଲେ କଥା ମାନୁନି ।

ନୂଆ ,ନୂଆ କରି ଆସିଥିଲା ଯେବେ

         ମାନୁଥିଲା ସବୁ କଥା

ଏବେ କିନ୍ତୁ ସିଏ କରୁଛି ତାଣ୍ଡବ

        ଦେଖିଲେ ବିନ୍ଦୁଛି ମଥା ।

କିଛି ଦିନ ମୋର ଶାନ୍ତିରେ କଟିଲା

     ଏବେ ସାଜିଛି ମାଲିକ

ସତକୁ ଲୁଚାଇ    ମିଥ୍ୟା ସେ କହୁଛି

      ଚାଁହୁଛି ମାଗେ ମୁଁ ଭିକ ।

ନୀତି ଦିନ ମୋତେ ଡାରେଇ ରଖୁଛି

         କହିଲେ କରୁଛୁ ଯୁକ୍ତି

ଶାଶୁ ,ଶଶୁରଙ୍କୁ       ଏଡେ଼ଇ ଦଉଛି

         କରୁନାହିଁ ଟିକେ ଭକ୍ତି ।

ଭାଇ ବନ୍ଧୁ ମୋର    ଦେଖନ୍ତୁ ଅବସ୍ଥା

          କରନ୍ତୁ ଆର ବେବସ୍ତା

ସହି ପାରୁନାହିଁ       ପତ୍ନୀ ସାଙ୍ଗେ ରହି

        ହେଉଛି ଭାରି ହୀନସ୍ତା ।

ସବୁ ନାରୀ କିନ୍ତୁ         ଏମିତି ନୁହଁନ୍ତି

         ଭୁଲ୍ ଭାବିବେନି ମୋତେ

ମୋ ସାଙ୍ଗେ ଯାହା      ଘଟି ଯାଉଅଛି

        ମୁଁ ଲେଖୁଛି ଏହା ସତେ ।



Rate this content
Log in