ଭଲଲାଗେ
ଭଲଲାଗେ
ଭଲଲାଗେ ପୁରୁଣା ସ୍ମୃତିର ଝରଣାରେ ଟିକେ ଭାସିବାକୁ,
ଭଲଲାଗେ ପୁରୁଣା ଗୀତକୁ ଚୁପଚାପ ରହି ଗୁଣୁଗୁଣୁ ହୋଇ ଟିକେ ଗାଇବାକୁ,
ଭଲଲାଗେ ଜୀବନର ରାସ୍ତାରେ ଭଲ ସାଥି ସଂଗେ ଅନେକ ଦୂର ଚାଳିବାକୁ,
ଭଲଲାଗେ ପୁରୁଣା ବନ୍ଧୁସଂଗେ ନୂଆ ଢାଞ୍ଚାରେ ସମ୍ପର୍କ ଗଢିବାକୁ,
ଭଲଲାଗେ ସମ୍ପର୍କରେ ମାନ ଅଭିମାନରେ ଟିକେ ଝୁଣ୍ଟିବାକୁ,
ଭଲଲାଗେ ଅଧାବାଟେ ପୁରୁଣା ସାଥିକୁ ଟିକେ ଦେଖି ହସିବାକୁ,
ଭଲଲାଗେ କାହା ପ୍ରତାରଣାର ନିଆଁରେ ଜଳିବି ତାକୁ ବେଶୀ ଭଲପାଇବାକୁ,
ଭଲଲାଗେ କାହା ପ୍ରେମର ଦରିଆରେ ଟିକେ ଭାସି ଭାସି କୁଳ ଛୁଇଁବାକୁ,
ଭଲଲାଗେ ପରିବାର ସାଥିରେ ହସଦୁଃଖକୁ ବାଣ୍ଟି ଆଗକୁ ବଢିବାକୁ,
ଭଲଲାଗେ ବନ୍ଧୁର ସବୁ ଦୁଃଖକୁ ସାଥିରେ ନେଇ ବନ୍ଧୁକୁ ଟିକେ ଖୁସି ଦେଖିବାକୁ,
ଭଲଲାଗେ ଝିପିଝିପି ବର୍ଷାରେ ଭିଜି ଭିଜି ଘରକୁ ଫେରିବାକୁ,
ଭଲଲାଗେ ଅଜଣା ବ୍ୟକ୍ତିକୁ ବିନା ସ୍ୱାର୍ଥରେ ଟିକେ ସାହାଯ୍ୟ କରିବାକୁ,
ଭଲଲାଗେ ନିଜେ ହସି ଅନ୍ୟ ସମସ୍ତଙ୍କୁ ଟିକେ ହସାଇବାକୁ,
ଭଲଲାଗେ କିଛି ଭଲ ପାଇଁ ନିଜକୁ ନିଜେ ସେ କର୍ମ ଭିତରେ ହଯାଇଦେବାକୁ,
