ଭଲ ପିଲା
ଭଲ ପିଲା
1 min
380
ମିଛ କହିବନି ଚୋରି କରିବାନି
କହୁଥିବା ସତ କଥା,
ଲୋଭ କରି କେବେ ଅପର ଦରବେ
ଦେବା ନାହିଁ ଆମ ମଥା |
ପରର ଦୁଃଖରେ ଦୁଃଖୀ ହୋଇ ଆମେ
ଦୂରେଇବା ତାର କଷ୍ଟ,
ଦେଶର ସମ୍ପତ୍ତି ସୁରକ୍ଷା କରିବା
ହେବାକୁ ଦେବାକୁ ନଷ୍ଟ |
ଆଜି ଆମେ ସିନା ଅଛୁ ଟିକି ପିଲା
କାଲି ବଡ ହୋଇଯିବା,
ଭଲ କାମ କରି ଭଲ ପିଲା ହୋଇ
ଦେଶ ମାନ ରଖୁଥିବା ||
