STORYMIRROR

Dr Rashmita Panigrahi

Others

3  

Dr Rashmita Panigrahi

Others

ଭଲ ପାଇ ତୁମକୁ

ଭଲ ପାଇ ତୁମକୁ

1 min
12K

ଭଲ ପାଇ ତୁମକୁ 

ସତରେ ତୁମେ 

କେଡେ ଭାଗ୍ୟବାନ !

ସାରା ଦିନ ବୁଲୁଛ 

ସଡକ ଏ ମୁଣ୍ଡରୁ 

ସେ ମୁଣ୍ଡ, 

ମନ ଇଚ୍ଛା ଗପୁଛ

ରାତିଯାକ ସାଙ୍ଗ ମେଳରେ, 

କାହା ଉପରେ କେବେ 

ନ କରି କିଛି ଅଭିମାନ l 

ଆଉ ମୋତେ ଦେଖ, 

କେମିତି ଫାସରେ ବନ୍ଧା, 

ଚାରି କାନ୍ଥ ଭିତରେ 

ଆଉଟୁ ପାଉଟୁ, 

ଯେତେ ଯାହା 

ସ୍ୱାଦିଷ୍ଟ ଖାଦ୍ୟ

ଖାଇଲେ ବି 

ମନ ଟା ହେଉ ଥାଏ 

ଖାଲି ଛଟପଟ, 

ବାହାର ଦୁନିଆଟା 

ଦେଖିବାକୁ, 

ଭିଡ଼ରେ ସାମିଲ 

ହେଇ ବଞ୍ଚି ବାକୁ, 

ଯେତେ କାକୁତି ମିନତି 

ହେଲେ ବି କେହି 

ବୁଝନ୍ତିନି ମୋ ମନକୁ l

କେବେ କେବେ 

ଇଚ୍ଛା ହୁଏ ଭାରି 

ତୁମକୁ ଈର୍ଷା କରିବାକୁ, 

ହେଲେ ପାଚେରୀ ସେପଟୁ 

ତୁମ କଥା ଶୁଣି ଶୁଣି 

ବଞ୍ଚିଛି ମୁଁ କେବଳ 

ଭଲ ପାଇ ତୁମକୁ l 


Rate this content
Log in