ଭଲ ମଣିଷଟେ ହେବା
ଭଲ ମଣିଷଟେ ହେବା
1 min
194
ପିତାମାତାଙ୍କର କଥା ମାନିବା
ଗୁରୁଜନଙ୍କର ସେବା କରିବା
ବିଦ୍ୟାଳୟ ନିତି ସମୟେ ଯିବା
ଗୁରୁଜୀ ଗୁରୁମା ଆଜ୍ଞା ପାଳିବା
ଭଲ ମଣିଷଟେ ହେବା ।।
ମିଛ କହିବାନି ସତ କହିବା
ଧର୍ମ ନ୍ୟାୟ ପଥେ ପଥିକ ହେବା
ଦୟା କ୍ଷମା ଭାବ ହୃଦେ ରଖିବା
ବିପଦେ ଅନ୍ୟକୁ ସହାୟ ହେବା
ଭଲ ମଣିଷଟେ ହେବା ।।
ସକାଳ ସଞ୍ଜରେ ପାଠ ପଢିବା
ଖେଳ ବେଳ ହେଲେ ନିଶ୍ଚେ ଖେଳିବା
କୁସଙ୍ଗତଠୁ ଦୂରେ ରହିବା
ବିଭୁଙ୍କୁ ସୁମରି କର୍ମ କରିବା
ଭଲ ମଣିଷଟେ ହେବା ।।
ମହାପୁରୁଷଙ୍କ ବାଣୀ ଶୁଣିବା
ସଭ୍ୟତା ସଂସ୍କୃତି ମନେ ରଖିବା
ସ୍ୱାର୍ଥପର ଗୁଣ ତ୍ୟାଗ କରିବା
ଦେଶ ପାଇଁ ଲୁହ ଲହୁ ଢାଳିବା
ଭଲ ମଣିଷଟେ ହେବା ।।
