STORYMIRROR

Subrat Malik

Children Stories Inspirational Children

3  

Subrat Malik

Children Stories Inspirational Children

ଭଲ ମଣିଷଟେ ହେବା

ଭଲ ମଣିଷଟେ ହେବା

1 min
196

ପିତାମାତାଙ୍କର କଥା ମାନିବା

ଗୁରୁଜନଙ୍କର ସେବା କରିବା

ବିଦ୍ୟାଳୟ ନିତି ସମୟେ ଯିବା

ଗୁରୁଜୀ ଗୁରୁମା ଆଜ୍ଞା ପାଳିବା

ଭଲ ମଣିଷଟେ ହେବା ।।


ମିଛ କହିବାନି ସତ କହିବା

ଧର୍ମ ନ୍ୟାୟ ପଥେ ପଥିକ ହେବା

ଦୟା କ୍ଷମା ଭାବ ହୃଦେ ରଖିବା

ବିପଦେ ଅନ୍ୟକୁ ସହାୟ ହେବା 

ଭଲ ମଣିଷଟେ ହେବା ।।


ସକାଳ ସଞ୍ଜରେ ପାଠ ପଢିବା

ଖେଳ ବେଳ ହେଲେ ନିଶ୍ଚେ ଖେଳିବା

କୁସଙ୍ଗତଠୁ ଦୂରେ ରହିବା 

ବିଭୁଙ୍କୁ ସୁମରି କର୍ମ କରିବା

ଭଲ ମଣିଷଟେ ହେବା ।।


ମହାପୁରୁଷଙ୍କ ବାଣୀ ଶୁଣିବା

ସଭ୍ୟତା ସଂସ୍କୃତି ମନେ ରଖିବା

ସ୍ୱାର୍ଥପର ଗୁଣ ତ୍ୟାଗ କରିବା

ଦେଶ ପାଇଁ ଲୁହ ଲହୁ ଢାଳିବା

ଭଲ ମଣିଷଟେ ହେବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍