Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

3  

baishnaba meher

Others

ଭଲ ମଣିଷ ଖୋଜା ଚାଲିଛି

ଭଲ ମଣିଷ ଖୋଜା ଚାଲିଛି

1 min
386


ନିର୍ବାଚନ ପାଖେଇ ଆସିଲା,

ଭଲ ମଣିଷ ଖୋଜା ଚାଲିଛି,

ଯିଏ ମଦ ଗିଲାସେ ଦେବ,

ତାକୁ ଦେବା ଭୋଟ୍ ଚାପି ।


ଗାଁରେ ପୁରସ୍କାର ବିତରଣ ହେବ,

ଭଲ ମଣିଷ ଖୋଜା ଚାଲିଛି,

ଯିଏ ମୋଟା ପଇସା ଦେବ,

ସେ ହେବ ସଭାର ସଭାପତି ।


ଝିଅ ପାଇଁ ବର ଦରକାର,

ଭଲ ମଣିଷ ଖୋଜା ଚାଲିଛି,

ମଦ ଗଞ୍ଜେଇ ଖାଉଥିଲେ ସତ,

ପିଲା ତ ଲକ୍ଷେ କମଉଛି ।


ଗ୍ରୁହ ଶିକ୍ଷକ ଟିଏ ଦରକାର,

ଭଲ ମଣିଷ ଖୋଜା ଚାଲିଛି,

ସ୍ତ୍ରୀ କୁ ମାଡ ମାରୁଥାଉ ପଛେ,

ପାଠରେ ଭଲ ଗ୍ୟାନ ଅଛି ।


ଗାଁରେ ଦଶହରା ପୂଜା ହେବ,

ଭଲ ମଣିଷ ଖୋଜା ଚାଲିଛି,

ଲକ୍ଷେ ପାପ କରିଥାଉ ସେ,

ପଇସାବାଲା କର୍ତା ଦେବା କରି ।


ବୈଷ୍ଣବ ମେହେର

ଗଣ୍ଡାବାହାଲି

ନୂଆପଡା

8461086700


Rate this content
Log in