STORYMIRROR

Sunanda Mohanty

Children Stories Others Children

4  

Sunanda Mohanty

Children Stories Others Children

ଭଲ ମଣିଷ ହେବି

ଭଲ ମଣିଷ ହେବି

1 min
229

ସତ କହିବାକୁ କିଆଁ ଡରିବି 

ଆହେ ଦୟାମୟ ବିଶ୍ୱ ବିହାରୀ 

ଘେନ ଦୟାବହି ମୋର ଗୁହାରି 

ପିତା ମାତା ଗୁରୁଙ୍କୁ ଭକ୍ତି କରିବି 

ଚୋରି କରିବାଠୁ ଦୂରେ ରହିବି 

ମିଛ କହିବା ମହାପାପ ବୋଲିବି 

କେଵେ ମିଛ ନକହି ମୁଁ ସତ କହିବି 

ଆଖି ଦେଖିବା କଥା ବିଶ୍ୱାସ କରିବି 

କାନ ଶୁଣା କଥାକୁ ଡରିବି 

ମନ ଦେଇ ପାଠ ପଢ଼ିବି 

ମଧୁ ବାରିଷ୍ଟର ପରି କାଳିଆ ଘୋଡା ଚଢ଼ିବି 

ସୁବାଷ ବୋଷଙ୍କ ପରି ଦିଲ୍ଲୀ ମୁଁ ଯିବି 

ଦେଶ ସେବକ ଗୋପବନ୍ଧୁଙ୍କ ପରି ହୋଇବି 

ଶ୍ରଦ୍ଧା ସୁମନ ଦେଇ ପ୍ରତିଜ୍ଞା କରିବି 

ଆଜି ଅଛି କଢି କାଲି ଯିବି ବଢ଼ି ଫୁଟିବି 

ଭଲ ଗୁଣ ଧରି ଭଲ ମଣିଷ ପରି ହୋଇବି 

ଫୁଲଠୁ ନରମ ମନ ରଖି କର୍ମ କରିଯିବି 

ଗାନ୍ଧି ଜବାହାର ଶାସ୍ତ୍ରୀଙ୍କ ଭଳି ଦେଶ ସେବା କରିବି 

ଶିକ୍ଷା ଆୟୁଧ ଧରି ମଶାଲ ଜାଳିବି 

ଗୁରୁ ଜ୍ଞାନ ଲଭି ଅନ୍ଧକାରୁ ଆଲୋକକୁ ଫେରିବି

ଛନ୍ଦ କପଟ କେଵେ ନକରିବି 

ଅଳସୁଆ ହୋଇ ସମୟ ନଷ୍ଟ ନକରିବି 

ସଞ୍ଚୟ ଗୁଣ ପିମ୍ପୁଡିଠୁ ଶିଖିବି 

ସାହାସ ବଳରେ ଧର୍ଯ୍ୟ ରଖି ଉପର ଶିଡ଼ି ଚଢ଼ିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍