STORYMIRROR

Niranjan Sahu

Others

4  

Niranjan Sahu

Others

ଭଲ ମାଆ ହେବୁ ତୁହି

ଭଲ ମାଆ ହେବୁ ତୁହି

1 min
151

ମାଆ ହସୁଅଛି କହି ବୁଲୁଅଛି    

ମୋପୁଅର ଜନ୍ମଦିନ ଆସିଛି

ଆଜିର ଦିନଟି ଖୁସିର ଦିନ

ମୋ ପୁଅ ସଂସାରକୁ ଆସିଛି।


ଯମ କାନ୍ଦୁଅଛି ବୁଝାଇ କହୁଛି

ଜୀବନେ ବରଷେ ଯାଇଛି

ଏତେ ଖୁସିକିଆଁ ହେଉଛୁ ଲୋ ମାଆ

ତୋ ପୁଅ ମୋ ନିକଟ ହେଇଛି ।


ଜନମଦିନଟି ଆସିଛି ବୋଲି ମା

ବେସି ଉତୁପାତ ହୁଅନି

ମୋବାଇଲ ,ବାଇକ ଉପହାର ଦେଇ

ଜୀବନଟା ନଷ୍ଟ କରନି ।


ସଂସ୍କାର ଦେବୁ ଭକ୍ତି ଶିଖେଇବୁ

ଜୀବନ ଗଢିବା ପାଇଁ

ଏତିକି ଟିକିଏ ପୁଅ ପାଇଁ କଲେ

ଭଲ ମାଆ ହେବୁ ତୁହି ।


Rate this content
Log in