STORYMIRROR

Durjyodhan Barik

Others

3  

Durjyodhan Barik

Others

ଭଲ ଲାଗୁ ନାହିଁ କିଛି

ଭଲ ଲାଗୁ ନାହିଁ କିଛି

1 min
180

  


ମରତ ପାଉନି ଶରତର ଦେଖା

ଶ୍ରାବଣ ଦେଇଛି ଠେଲି

ଧାରା ଶ୍ରାବଣରେ ଶୁଷ୍କ ଥିଲା ଧରା

ଆଶ୍ଵିନେ ଦେଉଛି ଢାଳି ।

ବିଜୁ ଘଡଘଡି ବର୍ଷା ଘଡ଼ି ଘଡ଼ି

ଘନ ଘନ ଲଘୁଚାପ ।

ସତେକି ଶ୍ରାବଣ ଏବେ ଆସିଅଛି

ଦେଖି ଇନ୍ଦ୍ର ରାଜା କୋପ ।

ନଦୀ କୂଳେ ଏବେ କାଶତଣ୍ଡୀ ନାହିଁ

ସବୁ ତ ଯାଇଛି ସୁଖି ,

ବିନା ଧଳା ପାଟେ ନଦୀ ପଠା ଆଜି

ମନେ ମନେ ବଡ଼ ଦୁଃଖୀ ।

ଶରତ କାଳରେ ଶେଫାଳୀ ଫୂଟନ୍ତି

ଆକାଶ ଟି ଦିଶେ ସଫା ,

ଏସନ କାହିଁକି ଆଶ୍ଵିନରେ ବର୍ଷା

ଶରତ ହେଲାକି ଖପା ?

ଶରତ ଋତୁର ଶରଦ ଶଶୀ ଟି

ମଳି ମଳି ଦିଶୁ ଅଛି ,

କେମିତି ପୂଜିତା ଶାରଦୀୟ ଦୁର୍ଗା

ଭଲ ଲାଗୁ ନାହିଁ କିଛି ।


      


Rate this content
Log in