ଭଲ କାମ
ଭଲ କାମ
ସଭିଏଁ କୁହନ୍ତି ଭଲ କାମ କର
ଜଗତେ ରହିବ ମହତ
ଆଚାରେ ବ୍ୟବହାର ରେ ଶାଳୀନତା ପୁଣି
ମୁଖେ ଥାଉ ସଦାସତ l
ସଂଯମ ରଖ ତୁ ସକଳେ କର୍ମେ
ଧ୍ୟାୟି ନିତ୍ୟ ପରହିତ
ଦୁଃଖୀ ଜନ ମୁଖେ ହସଟେ ଫୁଟିଲେ
ଦୂର୍ମୁଲ୍ୟ ସେ ସମ୍ପଦ l
ସଂକୀର୍ଣ୍ଣ ସ୍ୱାର୍ଥ କୁ ଭୁଲି ତୁହି
କୋମଳପରସେ ହସୁ ମରତ
କୋଟି ଜନ୍ମ ର ପୁଣ୍ୟ ଫଳେ
ମାନବ ଜନ୍ମ ପ୍ରାପତ l
ପ୍ରତିକ୍ଷଣେ ହୁଏ ମାୟା ରେ ଜଡିତ
ସତକର୍ମେ କର ମୁକତ
କାଳ କବଳିତ ସଭିଙ୍କ ପରାଣ ଏଠି
ମରଣ ନିଷ୍ଠୁର ସତ l
ଆଗମନ ଶୂନ୍ୟ ବିଦାୟ ଯେ ଶୂନ୍ୟ
ମିଶିବ ସେଇ ମହାଶୂନ୍ୟେ ତ
ଶେଷ ସମୟ ଯେ ଆସି ପହଂଚିବ
ଅଭିନୟ ହେବ ଶେଷତ l
ବେଳଥାଉଁ ଭଲ କାମ କର ତୁହି
ଝୁରୁଥାଉ ସଦା ଜଗତ l
