Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

5.0  

Shashanka sekhar Ray

ଭଲ ବହିଟିଏ

ଭଲ ବହିଟିଏ

1 min
215



ଶଶାଙ୍କ ଶେଖର ରାୟ


ଅନ୍ଧାରରୁ ଆଲୋକ ଆଡକୁ

ଫେରାଇଆଣେ ଅମଡା ବାଟରୁ

ମଣିଷଟିଏ କରି ଗଢିବାକୁ

ଜ୍ଞାନର ଛାଟ ଧରି ସଦା

କାନ ମୋଡୁଥାଏ ସେ ।


ପିଲାବେଳୁ ବୁଢା ହେବାଯାଏ

ଆଖିରେ ଜ୍ୟୋତି ଭରେ

ଦୁନିଆକୁ ଚିହ୍ନାଏ

ଓଠେ ଫୁଟାଏ ଶବ୍ଦର ଫୁଲ

ସୁନ୍ଦର ଉପବନଟିଏ ସେ ।


ଅନୁଭୂତି ଅଭିଜ୍ଞତା

କୁଟାକାଠିରେ ଗଢିଦିଏ

ବସାଟିଏ ଜୀବନ ଡାଳେ

ଶବ୍ଦମାନଙ୍କ କିଚିରୀମିଚିରି କୋଳାହଳେ

କଅଁଳ ସକାଳଟିଏ ସେ ।


ଚେତନାର ଦ୍ଵାରେ

ସଦା ଜାଗ୍ରତ ପ୍ରହରୀ

ମଥାରେ ବୋଳି ଅଭିର

ଢାଳି ପ୍ରଶାନ୍ତିର ବାରିଧାରା

ଶ୍ରାବଣର ଆକାଶଟିଏ ସେ ।


ସତ୍ୟ ଶିବ ସୁନ୍ଦର

ଅଥଳ ଜ୍ଞାନର ସାଗର

ମଣିମୁକ୍ତା ଧରି କୋଳେ

ବାଣ୍ଟୁଥାଏ ସୁରଭି

ଅମୃତର ଝରଟିଏ ସେ ।


ରହିଥାଏ ଛାଇ ଭଳି

ଭଲ ସାଥିଟିଏ ସାଜି

ଜନ୍ମରୁ ଜନ୍ମାନ୍ତର ଯାଏଁ

ଅଭୁଲା ତା ପ୍ରୀତି

ମଧୁର ସଂଗୀତଟିଏ ସେ ।

ମୋ - ୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in