STORYMIRROR

Sadananda Pratihari

Others

3  

Sadananda Pratihari

Others

ଭକ୍ତିପୂତ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଭକ୍ତିପୂତ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

1 min
13.3K


ହେ ଦେଶଭକ୍ତ ରାଷ୍ଟ୍ର ନାୟକ

ସନ୍ତୁଳିତ ଶ୍ରେଷ୍ଠ ରାଜନେତା

ତୁମର ଅବର୍ତ୍ତମାନରେ ହିଁ ସ୍ତବ୍ଧ

ଆଜି ଭାରତ ମାତା ॥

ଏକମାତ୍ର ଧ୍ରୁବତାରା ଥିଲ ତୁମେ

ରାଜନୀତି ଆକାଶରେ

ଛାଡି ଚାଲିଗଲ ଦେଶବାସୀଙ୍କୁ

ଭସାଇ ଶୋକ ସାଗରରେ ॥

ହେ ପଦ୍ମ ବିଭୂଷଣ ଭାରତ ରତ୍ନେ

ସମ୍ମାନୀତ ଯୋଗ ଜନ୍ମା

ଆଜନ୍ମ ବ୍ରହ୍ମଚାରୀ ବିଚକ୍ଷଣ ବାଗ୍ମୀ

ଧନ୍ୟ ତୁମ କରିସ୍ମା ॥

ଧୂରୀଣ ଲେଖକ କବି ସାହିତ୍ୟିକ

ଥିଲ ସାରସ୍ଵତ ପ୍ରେମୀ

ତୁମେ ଦେଶଭକ୍ତ ପ୍ରତିଭା ସମ୍ପନ୍ନ

ସଭିଙ୍କଠୁ ଗୁଣୀ ଜ୍ଞାନୀ ॥

ଶ୍ରେଷ୍ଠ ସାଂସଦ ହେ ବିଦ୍ଵାନ ବକ୍ତା

ଧନ୍ୟ ତୁମ ଉତ୍କର୍ଷତା

ତୁମେ କାଳଜୟୀ ହେ ବାଜପେୟୀ

ଧନ୍ୟ ତୁମ ମହାନତା ॥

ତୁମ ଗୁଣ ଯେତେ ବଖାଣି ବସିଲେ

ସମୟ ମାନିବ ହାର

ତୁମ ବଦାନ୍ୟତା ସହନଶୀଳତା

ଥିଲ ତୁମେ ଗୁଣ ସାଗର ॥

ଭଗ୍ନ ହୃଦୟରେ ଆମେ ଦେଶବାସୀ

ଜଣାଉଛୁ ଶ୍ରଦ୍ଧାଞ୍ଜଳି

ହେଉ ସଦଗତି ଅମର ଆତ୍ମାର

ଏତିକି ଆମର ଅଳି ॥

(ସଦାନନ୍ଦ ପ୍ରତିହାରୀ)

୧୬-୦୮-୨୦୧୮


Rate this content
Log in