ଭକ୍ତି
ଭକ୍ତି
1 min
221
ଈଶ୍ବରୀୟ ଅନୁଭବେ ଜାତ ହୁଏ ଭକ୍ତି,
ମାପି ପାରେ ନାହିଁ ତାକୁୁ ଆଉ କେଉଁଁ ଶକ୍ତିି ।
ଆଧ୍ୟାତ୍ମିକ ଚିିିନ୍ତନର ସମାବେଶ ସିଏ,
ଦିିବ୍ୟ ଚେତନାର ମହକ ସେ ଆଣି ଦିଏ ।
ଭଗବାନଙ୍କ ନାମ ସ୍ମରଣ ଯେ କରିିିଲେ,
ମନେ ଭକ୍ତି ସୃଷ୍ଟିି ହୋଇ ତାଙ୍କ କୃପା ମିଳେ ।
ଭଜନ କିର୍ତ୍ତନ କଲେ ଭକ୍ତି ଜାତ ହୁଏ,
ଈଶ୍ବରଙ୍କ ପ୍ରାପ୍ତି ପାଇଁ ବାଟ ଫିଟିି ଯାଏ ।
ଗୁୁୁରୁ କୃପା ବଳେ ମିଳେ ଭକତିର ଫଳ,
କହି କେ ପାରିବ ଭଲା ତାହାରି ଯେ ମୂଳ ।
ଧ୍ରୁୁୁବ, ପଲହ୍ଲାଦ,ଏକଲବ୍ୟ ଯେ ଭକତ,
ଗୁୁୁରୁ କୃପା ହୋଇଥିଲା ତାହାଙ୍କୁ ପ୍ରାପତ ।
ଈଶ୍ବରୀୟ କଥା ଶ୍ରବଣରେ ଥାଏ ଭକ୍ତି,
ତାଙ୍କ ଚରିତ ମହିମା ଶୁଣି ମିଳେ ମୁକ୍ତିି ।
