STORYMIRROR

Sunanda Mohanty

Others

3  

Sunanda Mohanty

Others

ଭକ୍ତି

ଭକ୍ତି

1 min
171

ଲୁହ ଟିକେ ଛଡ଼ା ଭକ୍ତି ମୋର କାହିଁ ଠାକୁର 

ଜପରେ ତପରେ ହୃଦୟେ କରିଛି ମନ୍ଦିର 

ମଣିଷପଣିଆ ମାଗୁଛି ମୁଁ ଖାଲି ଏଥର 

ପାପ ପୂଣ୍ୟ ମୋର ଏତେ ଯେ ଗଭୀର 

ହେଉଅଛି ସଦା ଭୟଭୀତ ଆତୁର 

ଯେମିତି ଠିଆ ହୋଇଛ ପାଖେ ପାଖେ ମୋର 

ସେହିପରି ପାଶେ ରୁହ ନିରନ୍ତର ଠାକୁର 

ଏହି ଅଳି ନିବେଦନ ଆବେଦନ ମୋହର l

ତୁମେ ପାଶେ ଥିଲେ କୋଉ ନକାରାତ୍ମକ ଶକ୍ତି 

କିଛି କରିପାରିବେନି ଆଉ ମୋହର 

ଏହି ଅଳି ଶ୍ରୀଛାମୁରେ, କର ପ୍ରଭୁ ରକ୍ଷା ମୁଁ ଛାର l


Rate this content
Log in