STORYMIRROR

Pradesh Pratyush

Others

3  

Pradesh Pratyush

Others

ଭକ୍ତି ପୁଷ୍ପ

ଭକ୍ତି ପୁଷ୍ପ

1 min
263

ବୁଝି ମୁଁ ସାରିଛି 

ତୁମେ ହିଁ ସର୍ବସ୍ୱ ...

ଏହି ମାୟା ସଂସାରର -


ମାଟିରୁ ଆକାଶ ସବୁଠି ତ ତୁମେ

ସବୁ ତୁମ ପ୍ରତିଦାନ

ତୁମକୁ ଦର୍ଶନ ତୁମକୁ ଶ୍ରବଣ

ଆଉ କି'ବା ଚିନ୍ତା ମୋର ...


ତୁମେ ତ ଗଢ଼ିଛ ଏ ସୁନ୍ଦର ସୃଷ୍ଟି

ତୁମେ ତ ଭରିଛ ଶରୀରରେ ଫୁର୍ତ୍ତି

ତୁମେ ତ ଦେଇଛ ପିଣ୍ଡରେ ପ୍ରାଣ

ତୁମେ ତ ସାଜିଛ ପ୍ରାଣର ସ୍ପନ୍ଦନ।


ମିଛେ ବୃଥା ଖାଲି ଚିନ୍ତି ମୁଁ ହୁଏ

ସବୁର ଆଦି ଅନ୍ତେ ତୁମେ ...।


ସମୟ ଯେବେ ସରିସରି ଆସେ

ତୁମକୁ ଚିହ୍ନେ ଜୀବ

ତୁମର ମହିମା ଅନ୍ତରେ ଜପିଲେ

 ପାପ ହୋଇ ଯାଏ ପୂଣ୍ୟ ।



Rate this content
Log in