STORYMIRROR

Geetanjali Prusty

Others

4  

Geetanjali Prusty

Others

ଭକ୍ତ ସାଲବେଗ

ଭକ୍ତ ସାଲବେଗ

1 min
274


ଜାହାଙ୍ଗୀର ଙ୍କ ଦରବାରରେ

ସୁଯୋଗ୍ୟ ସୁବେଦାର

ଲାଲବେଗ ଙ୍କ ଔରସୁ ଜାତ

ଭକ୍ତ ସାଲବେଗର l


ଯୁଦ୍ଧ ଫେରନ୍ତା ବାଟରେ ଥିଲେ

ମାତାଙ୍କୁ ତାଙ୍କ ଦେଖି

ସ୍ନାହାନ ସାରି ନଦୀରୁ ଆସୁ ଥିଲେ

ସେ ସଙ୍ଗେ ସଖି l


ଜୋର କରି ଉଠାଇ ନେଲେ

ରୂପରେ ତାଙ୍କ ଭିଜି

ପତ୍ନୀ ଭାବରେ ବରିଲେ ତାଙ୍କୁ

ହେଲେ ଫତିମା ବିବି l


ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦ

ପୁର ବିଧବା ବ୍ରାହ୍ମଣୀ

ତାଙ୍କରି ଗର୍ଭୁ ସୁପୁତ୍ର ଥିଲେ

ସାଲବେଗ ଜନମି l


ଏକଦା ସେତ ପିତାଙ୍କ ସାଥେ

ରାଣକ୍ଷେତ୍ରରେ ଥାଇ

ଲଢ଼େଇ କରି ଆହତ ହେଲେ

ବହୁ ଯନ୍ତ୍ରଣା ପାଇ l


ମାଆଙ୍କ ଭବ୍ୟ ପରାମର୍ଶ ରେ

ବିଷ୍ଣୁଙ୍କ ନାମ ବଳେ

ଆକ୍ଳେଶରେ ସେ ଆରୋଗ୍ୟ ଲଭି

ଚାହିଁଲେ କୁତୁହଳେ l


ଫେରି ଆସିଲେ ପୁରୀ ଧାମକୁ

ଜଗା ଦର୍ଶନ ପାଇଁ

ବିଧର୍ମୀ ବୋଲି ତଡ଼ା ଖାଇଲେ

କାନ୍ଦିଲେ କଇଁ କଇଁ l


ବୃନ୍ଦାବନ କୁ ପଳାଇ ଗଲେ

ରହିଲେ ସାଧୁମେଳେ

ଲଭିଲେ ଜ୍ଞାନ ବୁଲିଲେ ଧାମ

ଅନେକ ନିଷ୍ଠା ବଳେ l


ରଥଯାତରା ଦେଖିବେ ବୋଲି 

ପୁରୀ ଧାଇଁ ଆସିଲେ 

ବାଟରେ ଦେହ ଅସୁସ୍ଥ ହେଲା

ଦୁଃଖେ ପ୍ରାର୍ଥନା କଲେ l


ଜଣାଇ ଦେଲେ ସାଲବେଗ ତ

ଜଗାର ଦରବାରେ

ମୁଁ ଯିବା ଯାଏ ଅପେକ୍ଷା କର

କହେ ଭକତି ଭରେ l


ଅଟକି ଗଲା ନନ୍ଦିଘୋଷ ର

ଘୋର ଘର୍ଘର ଶବ୍ଦ

ବଳଗଣ୍ଡିରେ ପଡ଼ି ରହିଲା

ପ୍ରତୀକ୍ଷା ସାଲବେଗ l


ପହଞ୍ଚିଗଲେ ଭାରି ଆତୁରେ

ଦେଖିଲେ ଜଗନ୍ନାଥ

ଭାବ ବିହ୍ଵଳ ହୋଇ ଲେଖିଲେ

ଅନେକ ଭକ୍ତି ଗୀତ l


ଆହେ ନୀଳଶୈଳ ଶ୍ରେଷ୍ଠ ଭଜନ

ସ୍ରଷ୍ଟା ଯା'ର ସାଲବେଗ 

ମଧୁର ଭାଷା ଝରି ଆସଇ

ଧନ୍ୟ ଭକ୍ତ ଆବେଗ l


Rate this content
Log in