STORYMIRROR

Arendra Kumar

Others

3  

Arendra Kumar

Others

ଭକ୍ତ ସାଲବେଗ

ଭକ୍ତ ସାଲବେଗ

1 min
248

ପ୍ରଥମେ ବନ୍ଦିଲି ସେ ଚିତ୍ରକରଙ୍କୁ

ଆଙ୍କିଛନ୍ତି ଯିଏ ଛବି

ସେହି ଛବି ଦେଖି କଳ୍ପନା ସହରେ

ହଜିଲେଣି କେତେ କବି ।।


ଦେଖି ସେହି ଛବି ଲେଖୁଛନ୍ତି କବି 

ସେହି ଭକତର କଥା

ଯାହା ଡାକ ଶୁଣି ନନ୍ଦିଘଷେ ପୁଣି

ଅଟକିଛି ବିଶ୍ୱଦାତା ।।


ଚହଳ ପଡିଛି ବଡଦାଣ୍ଡେ ଦେଖ

ଅଟକିଲା ବୋଲି ରଥ

କହ କାହାପାଇଁ ଅଟକିଲୁ ତୁହି

କିଏ ତୋର ସେହି ଭକ୍ତ ।।


କହେ ଜଗନ୍ନାଥ ଶୁଣ ମୋ ଭକତ

ସାଲବେଗ ନାମ ତାର

ପାଞ୍ଚସ ପଚାଶ କୋଷ ଦୁରେ ଥାଇ 

ଗାଉଛି ନାମ ମୋହର ।।



Rate this content
Log in