ଭକ୍ତ ସାଲବେଗ
ଭକ୍ତ ସାଲବେଗ
1 min
314
ପ୍ରଥମେ ବନ୍ଦିଲି ସେ ଚିତ୍ରକରଙ୍କୁ
ଆଙ୍କିଛନ୍ତି ଯିଏ ଛବି
ସେହି ଛବି ଦେଖି କଳ୍ପନା ସହରେ
ହଜିଲେଣି କେତେ କବି ।।
ଦେଖି ସେହି ଛବି ଲେଖୁଛନ୍ତି କବି
ସେହି ଭକତର କଥା
ଯାହା ଡାକ ଶୁଣି ନନ୍ଦିଘଷେ ପୁଣି
ଅଟକିଛି ବିଶ୍ୱଦାତା ।।
ଚହଳ ପଡିଛି ବଡଦାଣ୍ଡେ ଦେଖ
ଅଟକିଲା ବୋଲି ରଥ
କହ କାହାପାଇଁ ଅଟକିଲୁ ତୁହି
କିଏ ତୋର ସେହି ଭକ୍ତ ।।
କହେ ଜଗନ୍ନାଥ ଶୁଣ ମୋ ଭକତ
ସାଲବେଗ ନାମ ତାର
ପାଞ୍ଚସ ପଚାଶ କୋଷ ଦୁରେ ଥାଇ
ଗାଉଛି ନାମ ମୋହର ।।
