STORYMIRROR

Tapaswini DashSarangi

Others

4  

Tapaswini DashSarangi

Others

ଭକ୍ତ ଓ ଭଗବାନ

ଭକ୍ତ ଓ ଭଗବାନ

1 min
372

ଶୁଭୂନି ଗହଳ ଦିଶୁନି ଚହଳ

       ଇଏ କି ଦିନ ଆସିଲା

ବାଇଶି ପାହାଚ ନିସ୍ତବ୍ଧ ଲାଗୁଛି

      ହେଉନି ସାହାଣ ମେଲା।

ସଭିଏଁ କହନ୍ତି ଏହା ଅଧୋଗତି

      ଜଗନ୍ନାଥଙ୍କର ଲୀଳା

ଆହେ ମହାପ୍ରଭୂ ଚତୁର୍ଦ୍ଧା ମୂରତୀ

      ଝଅଟ କଟୁ ଏ ବେଳା।

ଆରତ ନାଶନ ହେ ଚକାନୟନ

     ତୁମ ବିନା ନାହିଁ ଆନ

ଆତୁର ପରାଏ ଭକତ କାନ୍ଦନ୍ତି

     ନ'କରି ତୋତେ ଦର୍ଶନ।

ଭକତ ବତ୍ସଳ ହେ ମଧୁସୂଦନ

       ଭକ୍ତ ମନ ଜାଣୁ ତୁହି

ଭକତ କପାଳେ ଏମିତିକା ଦିନ

      କେମନ୍ତେ ଲେଖିଲା ବିହି।

ଭାବର ଠାକୁର ହେ ରମାଙ୍କ ବର

       ତ୍ରାହି କର ତ୍ରାହି କର

ଅବଢା ବାସନା ମନକୁ ଆସୁଛି

      ଝୁରେ ଆନନ୍ଦ ବଜାର।

ଦିନେ ନ ଦେଖିଲେ ତୁମ ଶୀରି ମୂଖ

       ପାହୁ ନଥିଲା ମୋ ନିଶି

ଗୋଟେ ଦିନ ମୋତେ ଯୁଗ ଟିଏ ଲାଗେ

      ଭାଳୁ ଅଛି ମନେ ବସି।

ଦୁଃଖରେ ସୁଖରେ ଭଲ ଓ ମନ୍ଦରେ

      ତୁମ ପାଶେ ଯାଏ କହି

ଭାବୁଛି ଆସିବ ତୁମେ ମୋ ସପନେ

     ବନ୍ଧୁତ୍ଵର ଭାବ ନେଇ।

ପୁଣି ମୁଁ ଭାବୁଛି ଲୁହ ଗଡାଉଛି

     ନାହିଁ ମୋ ଦାଢ଼୍ୟତା ଭକ୍ତି

ଏହି ସମୟକୁ ପାର ହେବା ପାଇଁ

    ଦିଅ ମୋତେ ପ୍ରଭୂ ଶକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍