STORYMIRROR

Maitreyee Kamila

Others

3  

Maitreyee Kamila

Others

ଭକ୍ତ ଭଗବାନ

ଭକ୍ତ ଭଗବାନ

1 min
62

ଆଜି ପରା ଆଷାଢ଼ ଶୁକ୍ଳ ଦ୍ଵିତୀୟା

ଗୁଣ୍ଡିଚାରାଣୀଙ୍କୁ ଦେଇଥିବା କଥା ରଖି

ନଅଦିନ ପାଇଁ ଜନମ ବେଦୀକୁ ଯିବୁ

ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳିରେ ପହଣ୍ଡି ହେବ

ଟାହିଆ ଲାଗି ଢଳି ଢଳି ଆସିବୁ


ଛେରା ପହଁରା ପରେ ଚାରମାଳ ଫିଟିବ ତାପରେ

ନନ୍ଦିଘୋଷ ଗଡିଯିବ ଶ୍ରୀମନ୍ଦିରରୁ 

ମାଉସୀ ଘର

ରଥରେ ତୁ ଏକା ପଥରେ ତୁ ଏକା

ଶୂନ୍ୟ ବ୍ରହ୍ମ ପୁଣି ଶୂନ୍ୟ ପଥ


କୋଳାହଳମୟ ବଡ଼ଦାଣ୍ଡ

ଆଜି ନିରବୀ ଯାଇଛି

ଦେବକୀ ପରି

ଆଖିରେ ଆଖୁଏ ଲୁହ 

ପଣତ କାନିରେ ପୋଛିଦେଇ

ଗୃହବନ୍ଦୀ ହୋଇଛି ଭକତ

 କେବଳ ତୋ ପାଇଁ


ତୁ କାଳେ ସଜାଡ଼ିଛୁ


ସୁଦାମାର ଦାରିଡ୍ର ପଣର ନିର୍ଯ୍ୟାସ 

ବନ୍ଧୁମହାନ୍ତିର ଶୂନ୍ୟଥାଳି

ରଘୁ ଅରକ୍ଷିତ ପରି ଗରୀବର ଚିରା ଫଟା ବିଶ୍ୱାସ

ଆଉ ଫେରେଇଦେଇଛୁ

ଦ୍ରୌପଦୀଙ୍କ କୋଟି ବସ୍ତ୍ର

ସଖାପଣରେ

କୁବୁଜାକୁ ଧନ୍ୟ ମଣିଛୁ

ଶବରୀ ଅଇଁଠାରେ ଭକ୍ତି ଦେଖିଛୁ

ପାଷାଣି ଅହଲ୍ୟାର ମୁକ୍ତି ଖୋଜିଛୁ

ପୁଣି

ସାରଥୀ ସାଜିଛୁ ଅର୍ଜୁନ ରଥରେ

ଦାସିଆ ନଡ଼ିଆ ହାତରେ ନେଇଛୁ

ରଥ ଅଟକେଇ ବଡ଼ଦାଣ୍ଡରେ

ଭକ୍ତ ମନ ରଖିଛୁ।

ଆଜି ସେଇ ଭକ୍ତ ପାଇଁ

ନନ୍ଦିଘୋଷ ଗଡୁଥାଉ 

ଭରସା ଆଉ ବିଶ୍ୱାସରେ

ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ।

ରଥ ଦଉଡି ରେ ପଛେ ହାତ ନଲାଗୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍