STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଭକ୍ତ ଭାବେ ବନ୍ଧା ଭକ୍ତ ବନ୍ଧୁ ତୁମ

ଭକ୍ତ ଭାବେ ବନ୍ଧା ଭକ୍ତ ବନ୍ଧୁ ତୁମ

1 min
196


ଭକ୍ତ ଭାବେ ବନ୍ଧା ଭକ୍ତ ବନ୍ଧୁ ତୁମେ

ଭକତ ଭାବରେ ଭୋଳା

ତୋ ଭକ୍ତ ତୋଠାରେ ବନ୍ଧା ହୃଦୟରେ

କରିଛୁ ତ କେତେ ଲୀଳା


ଛଳରେ ପେଶିଲ ବଳିକୁ ପାତାଳ

ଦାନ ହେଲା ତାର କାଳ

ସେହି ଦାନେ କର୍ଣ୍ଣ ସୁତକୁ ହାରିଲା

ହରିଶ୍ଚନ୍ଦ୍ର ଜଗୁଆଳ


ଭକ୍ତଠାରେ ତୋର ପରୀକ୍ଷା ପ୍ରକାର

କେ ବୁଝି ପାରିବ କହ

ମହାଭାରତରେ କପଟେ ଯେସନେ

ଭୀମସୁତେ ଆତ୍ମଦାହ


ଦଧିଚୀ ମହର୍ଷି ଦେଇ ନିଜ ଅସ୍ଥି

କରିଲେ ଜୀବନ ତ୍ୟାଗ

ତୁମେ ଲୀଳାମୟ ସବୁରି ସହାୟ

ଏ କି ତୁମ ଅପ୍ରମାଦ


ଅଜ୍ଞାନେ ଧୀବର ଧୋଇଲା ପୟର

ପାଇଲା ପରମ ପଦ

ଜ୍ଞାନ ଥାଇ କିଏ ହେଉଛି ତୁମର

ପାଉଛି କରୁଣା ପଦ


ଶବର ପେଶିଲା ଚରଣରେ ଶର

ଶରଣରେ ନେଲ ତାକୁ

କରି କରାଉଛ ବୋଲି ସିନା ତୁମେ

ଶରଣ ତୁମ ଇଛାକୁ


ଆମେ ଦୀନଜନ କାହିଁ ଏତେ ଭାଗ୍ୟ

ଦୀନାର୍ଥେ କରୁଣା ଉଣା

ତଥାପି ଆଶାରେ ଆଶା ବାନ୍ଧି ଅଛୁ

କରିବ ବୋଲି କରୁଣା

ଦୀନବନ୍ଧୁ ତୁମେ ଦୟା କର ଟିକେ

ଦୟାନିଧି ତୁମେ ଜଣା

ଭାବଗ୍ରାହୀ ବୋଲି ଭକତେ ଡାକନ୍ତି

ଭାବରେ ଭାବରେ ବଣା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍