STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଭଜୁଛି ମୁଁ ତୁମ ନାମ ହୃଦେ ଧରି ଧରି

ଭଜୁଛି ମୁଁ ତୁମ ନାମ ହୃଦେ ଧରି ଧରି

1 min
420


ଜଗତରେ ପ୍ରଭୁ କେହି ନାହିଁ ଆଉ

କହିବାକୁ ତୋର ପରି

କ୍ଷଣିକରେ ମନ ନେଇଯାଉ ତୁହି

କରୁ କେତେ ମନ ଚୋରି

ହରେକୃଷ୍ଣ ହରେରାମ ହରି ହରି ହରି

ଭଜୁଛି ମୁଁ ତୁମ ନାମ ହୃଦେ ଧରି ଧରି


ଭୂମି ସ୍ଵର୍ଗ କେତେ ଭୁଲୋକେ ଭରିଛି

ଶ୍ରୀକ୍ଷେତ୍ରେ ହେଲ ବିହାରୀ

ଜଗତର ପ୍ରଭୁ ବୋଲି ସିନା ତୁମେ

ତୁମେ ଏକା ଦୁଃଖହାରୀ

ହରେକୃଷ୍ଣ ହରେରାମ ହରି ହରି ହରି

ଭଜୁଛି ମୁଁ ତୁମ ନାମ ହୃଦେ ଧରି ଧରି


ସଂସାର ସାଗରେ ତୋ ଭକ୍ତି ଭାବରେ

ତୋ ସ୍ନେହ ପାଇଲେ ଭରି

ଜଗତରେ ପ୍ରଭୁ ଆଉ କି ଲୋଡିବି

ମୁଁ ତ ନୁହେଁ ସୂର ସୂରି।

ହରେକୃଷ୍ଣ ହରେରାମ ହରି ହରି ହରି

ଭଜୁଛି ମୁଁ ତୁମ ନାମ ହୃଦେ ଧରି ଧରି


ରଖିଛି ମୁଁ ମନ ଦେବାକୁ ଅର୍ଚ୍ଚନ

ଦେଉଥିବି ମନ ଭରି

ଆନନ୍ଦରେ ହେବି ପରମାନନ୍ଦ ମୁଁ

ନିରସ୍ତ କୁହକ ପରି

ହରେକୃଷ୍ଣ ହରେରାମ ହରି ହରି ହରି

ଭଜୁଛି ମୁଁ ତୁମ ନାମ ହୃଦେ ଧରି ଧରି


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍