ଭଜ ମୁଖେ ହରି ନାମ
ଭଜ ମୁଖେ ହରି ନାମ
1 min
194
ହରିନାମ ରସ ମୁଖେ ଦିଏ ହସ
କଷଣେ କରିଲେ ପାନ
ମୁକତି ପଥରେ ଆତ୍ମାର ବିଲୀନ
ହଜି ଯାଏ ପାପ ଚିହ୍ନ ।
ନୁହଁଇ ସହଜ ଭାଙ୍ଗେ ଯାଏ ଧର୍ଯ୍ୟ
ଅସହ୍ୟ ଯନ୍ତ୍ରଣା ପଥେ
ନଷ୍ଟ ପ୍ରାଣୀ ପୁଣି ଶ୍ରେଷ୍ଠ ହୋଇଯାଏ
ହରି ସାଧନାର ରଥେ ।
ପୁରାଣର ଉକ୍ତି ମନେ ଆଣେ ଭକ୍ତି
ଧର୍ଯ୍ୟର ପରୀକ୍ଷା କ୍ଷଣେ
ପ୍ରହଲ୍ଲାଦ ପିତା ଅନ୍ତ ଚିରିଥିଲେ
କେବଳ ଭକ୍ତ କାରଣେ ।
ମହର୍ଷି ରାବଣ ମୁକ୍ତି ଆଶା ନେଇ
କରିଲେ ସୀତା ହରଣ
ପ୍ରଭୁ ରାମଚନ୍ଦ୍ର ଲଙ୍କା ଧ୍ଵଂସ କଲେ
ଗଲା ଦଶାନନ ପ୍ରାଣ ।
