STORYMIRROR

Priyabrata Mohanty

Children Stories

4  

Priyabrata Mohanty

Children Stories

ଭିଟାମାଟି

ଭିଟାମାଟି

1 min
237

ପୀଢ଼ି ପରେ ପୀଢ଼ି ବଢିଛୁ ତା କୋଳେ

ମାଆ ଆମର ନୁହେଁ ସେ ଭୂଇଁ,

ଆଇ ଅମା କାଳରୁ ପଡିଛି ରହି

ବାପା ଦାଦାର ସମ୍ପତ୍ତି ହୋଇ ।।


ତା ପାଦପଦ୍ମେ କାଶୀ ବୃନ୍ଦାବନ

ଚାରି ଧାମ ବି ନୁହଁ ସମାନ,

ନିର୍ମଳ ଗଗନ ପ୍ରଦୂଷଣ ହୀନ

ମନ ଚୁରେ ସବୁଜ କାନନ ।।


ମାଆର କଟିରେ ନଦୀ ବହୁଥାଏ

ସମୀର ତାଳେ ଭ୍ରମର ଗାଏ,

ତାର ଧୂଳି ଥରେ ମଥାରେ ଲାଗିଲେ 

ତିଳକ ହୋଇ କପାଳେ ଜଳେ ।।


ଗାଁ ତୋଟା ମାଳେ ମନଲୋଭା ଫଳ

ସୁଗନ୍ଧେ ମହକେ ତମାଳ,

ରଜ ଦୋଳି ଖେଳ ଚାଲେ କୋଳାହଳ

ରଙ୍ଗରେ ଭରେ ହୋଲିର ମେଳ ।।


ହୃଦୟ ଚିରି ଦିଏ ଖାଦ୍ୟ ଶସ୍ୟ

ସିନ୍ଦୁକ ଭରା ଧନଧାନ୍ୟ,

ସବୁକିଛି ସହି ପଦିଏ କହେନି

ଜୀବନ ଆମର ହୁଏ ଧନ୍ୟ ।।


ବିଦେଶୀ ରଙ୍ଗ ଢ଼ଙ୍ଗ ନାହିଁରେ ବାବା

ଚାଲେ ଏଠି ଯୌଥ ପରିବାର,

ଜନମ ଭୂମି ମୋ ସୁରକ୍ଷିତ ଘର

ସରଗ ରାଇଜଠୁଁ ସୁନ୍ଦର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍