STORYMIRROR

Sagar Kumar Parida

Others

4  

Sagar Kumar Parida

Others

ଭିଟାମାଟି

ଭିଟାମାଟି

1 min
240

ପୂର୍ବପୁରୁଷଙ୍କ ଅମୂଲ୍ୟ ସମ୍ପତ୍ତି

ମରତରେ ଆମ ପାଇଁ

ପିତାଙ୍କ ସମ୍ପତ୍ତି ସରବେ କୁହନ୍ତି

ଭିଟାମାଟି ପରା ସେହି।।


ସେହି ମାଟି ବାସ୍ନା ନିଆରା ନିଆରା

ଆପଣାର ପଣ ଥାଏ,

କେତେ ସମ୍ପର୍କର ସେତୁ ସେହିଠାରୁ

ଅନ୍ୟ ସ୍ଥାନେ ଟଣା ହୁଏ।।


ଜେଜେବାପା ଜେଜେମାଙ୍କର ସ୍ନେହ

ପୂରି ରହିଥାଏ ସେଠି,

ଆପଣାର ପଣେ ବାନ୍ଧିଥାନ୍ତି ଜନେ

ଚାଳକୁ ଚାଳରେ ଛନ୍ଦି ।।


ଭଲରେ ମନ୍ଦରେ ସୁଖରେ ଦୁଃଖରେ

ଛିଡା ଜଣେ ଅନ୍ୟ ପାଇଁ,

ଝିଅ ବଡ଼ ହେଲେ ବିଭାହୋଇଯାଏ

ସେହି ପୂଣ୍ୟମାଟି ଛୁଇଁ।।


ପୁଅ ବିଭାହୋଇ ଆଣଇ କନିଆ

ନିଜ ଭିଟାମାଟି ଘରେ

ସୁଖର ସଂସାର ଗଢଇ ତାହାର

ନିଜ ପରିଶ୍ରମ ବଳେ।।


ଭିଟାମାଟି ଛାଡି ଯାଇଛି ଯେ ନର

ଦୁଃଖର କୂଳରେ ବାସ

ଭିଟାମାଟି ବିକ୍ରି ନକର ମାନବେ

ପୂର୍ବ ପୁରୁଷଙ୍କ ଯଶ।।


ଯେବେ ହୁଏ ମୃତ୍ୟୁ ପରିବାରେ କାର

ଶବ ଏଠି ହୁଏ ଉଠା

ରାମ ନାମ ସତ୍ୟ ଶୁଭୁଥାଏ ଦୂରୁ

ଏହା ସମାଜ ବ୍ୟବସ୍ଥା।।


ଭିଟାମାଟି ଆମ ଅତ୍ୟନ୍ତ ନିଜର

ମା ପରି କୋଳେ ଧରେ

ପୂର୍ବ ପୁରୁଷଙ୍କ ଅମର ଗାଥାକୁ

ଜନ ମୁଖରେ ପସରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍