Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Kanduri Charan Rout

Others

3.0  

Kanduri Charan Rout

Others

ଭିଟାମାଟି

ଭିଟାମାଟି

1 min
96



ଛୁଟି କାଟିବାକୁ ଯାଏ ଯେବେ ଧାଇଁ

କେତେ ଆଶା ନେଇ ଗାଆଁ 

ମରୁଭୂମି ଲାଗେ ଗ୍ରାମ ପରିବେଶ

ସତେ ବା ଜଳୁଛି ନିଆଁ ।


ତା' ମନରେ ଆଜି ସରସତା ନାହିଁ

ଶୁଖି ଯାଇଅଛି ଓଠ

ହସର କାକଳି ନିରବୀ ଯାଇଛି

ପାଲଟି ଶୁଖିଲା କାଠ ।


ମୋ ସ୍ବପ୍ନର ଗାଆଁ ଖଣ୍ଡ ବିଖଣ୍ଡିତ

ବସ୍ତୁବାଦୀ ଆଘାତରେ

ସହାବସ୍ଥାନର ସବୁଜ ବେଷ୍ଟନୀ

ପରିଣତ ସାହାରାରେ ।


ସ୍ମୃତି ଜୁଡ଼ୁବୁଡ଼ୁ ଗାଉଁଲି ସକାଳ

ଝାଟିମାଟି କାନ୍ଥ ଝୋଟି

ହଜିଗଲା କାହିଁ କୋମଳ ମଧୁର

ମୋର ପ୍ରିୟ ଭିଟାମାଟି ।


Rate this content
Log in