Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Others

2  

Abhisek Mohapatra

Others

ଭିନ୍ନ ଏକ ପ୍ରେମ

ଭିନ୍ନ ଏକ ପ୍ରେମ

1 min
163


ବେଳେବେଳେ ବି ଏମିତି ହୁଏ ,

ଯାହା କେହି କେବେ ଚାହିଁଥାଏ ପାଇନଥାଏ ,

ଆଉ ଯାହା ଚାହେଁ ନାହିଁ ତାହା ପାଇଯାଏ,

ନିଃସର୍ତ୍ତରେ ବାରମ୍ବାର !


ପାଇବାର ସର୍ତ୍ତ କ'ଣ ଯେ ?

ବାସ୍ ଯାହା ମିଳେ ଥଳିରେ ପୁରାଅ ,

ଓ ନିଃଶବ୍ଦରେ ଚାଲିଯାଅ ଆପଣା ଗନ୍ତବ୍ୟ ପଥରେ ।


ପରେ ଖୋଜି ଦେଖ ,

ଯାହା ପାଇଥାଅ ଆପଣା ରାସ୍ତାରେ ।


ଯଦି ପ୍ରାପ୍ତରେ ଥାଏ ଚୁମାର ଟିଫିନ୍ ବୋମା ,

କି ଆର୍ ଡି ଏକ୍ସ ପ୍ରେମର ଗନ୍ତାଘର ?


ସେବେ ନିଜ ଅପାରଗ ପଣରେ ଧିକ୍କାର ଆସେ ,

ଯାହା ପାଇଥାଏ ଜାଣିଯାଏ ତାହା କିଛି ନୁହେଁ ।

ଦେହର ଊର୍ଦ୍ଧ୍ବ ରେ ଆଉ କ'ଣ ବା ଥାଏ ?


ତା ପରେ ଆଉ କ'ଣ ରହିଲା ଯେ ?


ସବୁ ବିସ୍ଫୋରକର ତ ଶେଷ ପରିଣତି ବିସ୍ଫୋରଣ ,

ଠିକ୍ ଶସ୍ତା ପ୍ରେମର ଅଗଣିତ ଗନ୍ତାଘର ପରି ।


ତା ହେଲେ ଇଏ କ'ଣ ସେଇ ପ୍ରେମ ?

ଯାହା ଘଟେ ଦେହରେ ଦେହରେ ,

ନା ଯାହା ବହିଯାଏ ଦେହାତୀତ ଅଲଂଘ୍ୟ ନଗରେ ?


ସେଥିପାଇଁ ଆରମ୍ଭ ଏହା କେବେ ଦେହରେ ,

ପୁଣି ଶେଷ କେବେ ଲୁହ କି ଲହୁ ରେ ,

ଅବା କେଉଁ ଅପ୍ରାପ୍ତି ବୋଧରେ !


         


Rate this content
Log in