STORYMIRROR

Bijaya Panda

Others

3  

Bijaya Panda

Others

ଭିନ୍ନ ଏକ ଭୋକ

ଭିନ୍ନ ଏକ ଭୋକ

1 min
383

ଭୋକ ଗରିବର..

ଏଇ ଭୋକ ଗରିବକୁ ଠେଲି ଦିଏ

ସହରର ଅଳିଆ ଆବର୍ଜନା ଗଦାରୁ

ପାଉଁରୁଟିଟିଏ ପାଇଁ ଖୁଣ୍ଟି ସାଉଁଟିବାକୁ


ପେଟ ପୋଷିବାକୁ ଭୋକ ମେଣ୍ଟେଇବାକୁ

ମାଆ ଭିକଥାଳ ଧରି ଦୁଆର ଦୁଆର ବୁଲେ


ଦୁଇ ମାସର କୁଆଁ କୁଆଁ ଡ଼ାକ ଛାଡୁଥିବା ଛୁଆକୁ

ଗଡ଼େଇ ଦେଇ ମାଆ ମୁଣ୍ଡଝାଳ ତୁଣ୍ଡରେ ମାରି

ମଥାରେ ବୋଝେ ଧରି ଶ୍ରମିକ ସାଜେ ।


ଭୋକ ଭୋଗ ବିଳାସପ୍ରିୟ ବ୍ୟଭିଚାରୀ ର..

ପେଟର ଭୋକ ନଥିଲେ ବି

ରାତି ରଙ୍ଗିନ କରିବାର ଭୋକ

ବ୍ୟଭିଚାରିର ଦେହର ଭୋକ

ଅହରହ ଖୋଜୁଥାଏ ଶିକାର

ଧନର କୁବେର ହେବାର ଇଚ୍ଛାର ଭୋକ

ଦୁର୍ନୀତିରେ ମଗ୍ନ ହୋଇ କଳାଧନ ପାଇବାର ଭୋକ ।


ଭୋକ ମହାପୁରୁଷଙ୍କର..

ଦେଶ ପାଇଁ କିଛି କରିଯିବାର

ନୂଆ କିଛି ଗଢ଼ି ଯିବାର

ଦେଶ ମାତୃକା ପାଇଁ ନିଜ ଜୀବନ ଦେଇଦେବାର


ଭୋକ ମଣିଷକୁ ମଜବୁର କରେ

ବ୍ୟଭିଚାର ପାଇଁ

କାନ୍ଦିବା ପାଇଁ

ଲଢିଯିବା ପାଇଁ,

ନୂଆ କରି କିଛି ଗଢ଼ି ତୋଳିବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍